30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶକାମବାଲି ଓ ଡେଲିଭରି ବଏଙ୍କୁ ଲିଫ୍ଟ ମନା, ବ୍ୟବହାର କଲେ ପଡିବ ଫାଇନ୍‌

କାମବାଲି ଓ ଡେଲିଭରି ବଏଙ୍କୁ ଲିଫ୍ଟ ମନା, ବ୍ୟବହାର କଲେ ପଡିବ ଫାଇନ୍‌

ଗୁଜରାଟ : ବହୁ ମହଲା ବିଶିଷ୍ଟ ବିଲ୍ଡିଂକୁ ଯିବାପାଇଁ ଲିଫ୍ଟ ବ୍ୟବହାର କରାଯାଇଥାଏ । ଯାହାଦ୍ୱାରା ଜିନିଷପତ୍ର ନବା ଆଣିବା ସହ ଶିଡି ଚଢି ଯିବାକୁ ବେଶୀ ପରିଶ୍ରମ କରିବାକୁ ପଡି ନ ଥାଏ । ତେବେ ନିକଟରେ ସୋସାଇଟିରେ ଲାଗିଥିବା ଏକ ନୋଟିସ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସମସ୍ତଙ୍କ ଠାରେ ଆକ୍ରୋଶ ଦେଖିବାକୁ ମିଳିଛି ।

ନୋଟିସରେ ଡେଲିଭରି ବଏ, କାମବାଲି ସମତେ ଅନ୍ୟ ଲୋକଙ୍କୁ ଲିଫ୍ଟ ବ୍ୟବହାର କରିବାକୁ ମନା କରାଯାଇଛି । ଲିଫ୍ଟ ବ୍ୟବହାର କଲେ ଫାଇନ୍ ଦେବାକୁ ପଡିବ ବୋଲି ମଧ୍ୟ ସତର୍କ କରାଯାଇଛି । ହାଇଦ୍ରାବାଦର ଏକ ସୋସାଇଟିରେ ଏପରି ଏକ ନୋଟିସ ଲଗାଯାଇଛି । ଯେଉଁଥିରେ ମୁଖ୍ୟ ଲିଫ୍ଟ ଦେଇ କାମବାଲି, ଡେଲିଭରି ବଏ ଓ ଅନ୍ୟ ଶ୍ରମିକଙ୍କୁ ଯିବାଆସିବା ପାଇଁ ବାରଣ କରାଯାଇଛି । ଲିଫ୍ଟ ବ୍ୟବହାର କଲେ ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୁହାଯାଇଛି । ତେବେ ଏହି ନୋଟିସ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ଲୋକ ଖୁବ୍ ପ୍ରତିକ୍ରିୟା ଦେଉଥିବା ନଜର ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking