29.1 C
Bhubaneswar
Thursday, May 9, 2024
Homeଓଡିଶାଉତ୍କଳ ବିଶ୍ୱବିଦ୍ୟାଳୟ ଫେରିପାଇଲା ‘ଏ+’ ମାନ୍ୟତା

ଉତ୍କଳ ବିଶ୍ୱବିଦ୍ୟାଳୟ ଫେରିପାଇଲା ‘ଏ+’ ମାନ୍ୟତା

ଭୁବନେଶ୍ୱର: ‘ଏ+’ ମାନ୍ୟତା ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଗତ ଏପ୍ରିଲ ମାସରେ ନାକ୍‌‌ ଟିମ୍‌‌ ଗସ୍ତ ଓ ମୂଲ୍ୟାୟନରେ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ ହ୍ରାସ ଘଟିଥିଲା । ଏହା ପରେ ଏହାକୁ ନେଇ ବିବାଦ ତେଜିଥିଲା। ମାନ୍ୟତାରେ ହ୍ରାସ ଘଟିବା ପରେ କର୍ତ୍ତୃପକ୍ଷ ପୁନଃଯାଞ୍ଚ ଲାଗି ଆବେଦନ କରିଥିଲେ। ତଦନୁଯାୟୀ ନାକ୍‌‌ର ପ୍ରତିନିଧି ମଣ୍ଡଳୀ ପୁଣି ଥରେ କ୍ୟାମ୍ପସ୍‌‌ ପରିଦର୍ଶନରେ ଆସିଥିଲେ। ପୁଣି ନାକ୍‌‌ ଗ୍ରେଡ଼ ତାଲିକାରେ ‘ଏ+’ ମାନ୍ୟତା ଫେରିପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ ଖୁସି ବ୍ୟକ୍ତ କରିବା ସହିତ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଉଠିଛି ।

୨୦୧୬ରେ ନାକ୍‌‌ ଗସ୍ତ ସମୟରେ ଶିକ୍ଷାନୁଷ୍ଠାନକୁ ‘ଏ+’ ଗ୍ରେଡ୍‌‌ ମାନ୍ୟତା ମିଳିଥିଲା । ରାଜ୍ୟର ପ୍ରଥମ ତଥା ସର୍ବପୁରାତନ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଶୈକ୍ଷିକ ବାତାବରଣ କୌଣସିଥିରେ କମ୍‌‌ ନ ଥିବାବେଳେ ହଠାତ୍‌‌ କାହିଁକି ମାନ୍ୟତା ତଳକୁ ଖସିଲା ବୋଲି ରାଜ୍ୟତମାମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରାଯାଇଥିଲା। ଯାହାଦ୍ୱାରା ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ୍ୟତା ପୁନଃଯାଞ୍ଚ ଲାଗି କର୍ତ୍ତୃପକ୍ଷ ଆବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking