28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଜି କମଲନାଥଙ୍କ ଭାଗ୍ୟ ପରୀକ୍ଷା

ଆଜି କମଲନାଥଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଡାକି ଅପରାହ୍ଣ ୫ଟା ସୁଦ୍ଧା ଆସ୍ଥାଭୋଟ କରାଇବା ଲାଗି ସୁପ୍ରିମକୋର୍ଟ ଗୁରୁବାର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ କମଲନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ସରକାର ରହିବ କି ନାହିଁ ତାହା କେବଳ ଆସ୍ଥାଭୋଟ ଉପରେ ନିର୍ଭର କରୁଛି। ରାଜନୈତିକ ଅନିଶ୍ଚିତତା ଦୂର କରିବାକୁ ହେଲେ ତୁରନ୍ତ ଅଧିବେଶନ ଡାକି ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ପଡ଼ିବ। ସଦସ୍ୟମାନେ ହାତ ଟେକି ସମର୍ଥନ ସମ୍ପର୍କରେ ସେମାନଙ୍କ ମତ ଜଣାଇବେ ବୋଲି ଜଷ୍ଟିସ୍ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଏବଂ ମଧ୍ୟପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଦୁଇଦିନର ଶୁଣାଣିରେ ଅଦାଲତ ୮ଟି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking