33.1 C
Bhubaneswar
Saturday, April 27, 2024
Homeଓଡିଶାକଳିଙ୍ଗ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଆସୋସିଏସନ ରାୟଗଡ ଶାଖାର ନୂତନ ସମ୍ପାଦକ ଦୀପୁ ମାଝିଙ୍କୁ...

କଳିଙ୍ଗ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଆସୋସିଏସନ ରାୟଗଡ ଶାଖାର ନୂତନ ସମ୍ପାଦକ ଦୀପୁ ମାଝିଙ୍କୁ ସମ୍ବର୍ଦ୍ଧନା

ରାୟଗଡ: ସଦର ମହକୁମାର ଗଜପତି ଛକ ନିକଟରେ ଥିବା ଫିଟନେସ ଜୋନରେ କଳିଙ୍ଗ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଆସୋସିଏସନ ରାୟଗଡ ଶାଖାର ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଚଳିତ ବର୍ଷ ୨୦୨୧ ମାର୍ଚ୍ଚ ମାସ ୨୭ ତାରିଖରେ ଆୟୋଜିତ ରାଜ୍ୟସ୍ତରୀୟ ବଡି ବିଲଡିଙ୍ଗ ପ୍ରତିଯୋଗିତାରେ କଳିଙ୍ଗ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଆସୋସିଏସନର ସଭାପତି ରାୟଗଡର ଦୀପୁ ମାଝିଙ୍କୁ ରାୟଗଡ ଜିଲ୍ଲା ଶାଖାର ସମ୍ପାଦକ ଭାବେ ଘୋଷଣା କରିଥିଲେ । ଏହି ଅବସରରେ ଫିଟନେସ ଜୋନର ପରିଚାଳକ ତଥା କଳିଙ୍ଗ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଆସୋସିଏସନର ରାଜ୍ୟ ଉପ-ସଭାପତି ମନୋଜ କୁମାର ସ୍ୱାଇଁ ରାୟଗଡ ଜିଲ୍ଲା ଶାଖାର ନୂତନ ସମ୍ପାଦକ ଦୀପୁ ମାଝିଙ୍କୁ ରାୟଗଡ ଶାଖା ତରଫରୁ ସମ୍ବର୍ଦ୍ଧନା କରିଛନ୍ତି ଏହା ସହ ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ବଡି ବିଲଡିଙ୍ଗରେ ୫୫ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ବିଜେତା ରାୟଗଡର ସୁକାନ୍ତ ମିଣିଆକାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ବର୍ତମାନ କଳିଙ୍ଗ ବଡି ବିଲଡିଙ୍ଗ ଏଣ୍ଡ ଫିଟନେସ ଆସୋସିଏସନରେ ରାୟଗଡର ୧୦ଟି ଫିଟନେସ କେନ୍ଦ୍ର ଅନ୍ତର୍ଭୁକ୍ତ ରହିଛି । ବଡି ବିଲଡିଙ୍ଗ କ୍ଷେତ୍ରରେ ରାୟଗଡର ଯୁବକ ଓ ଯୁବତୀ ମାନେ କିପରି ରାଜ୍ୟ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ରାୟଗଡକୁ ଗୌରବ ଆଣି ପାରିବେ ସେ ଦିଗରେ ଉତ୍ସାହିତ କରିବାସହ ଆବଶ୍ୟକୀୟ ସମସ୍ତ ସହୋଯୋଗ କରିବେ ବୋଲି ନୂତନ ସମ୍ପାଦକ ଦୀପୁ ମାଝି ଏହି ଅବସରରେ ପ୍ରକାଶ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking