29.1 C
Bhubaneswar
Saturday, April 20, 2024
Homeକରୋନାଏପ୍ରିଲ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଜାରି; ସତର୍କତାର ସହିତ ହେବ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ଏପ୍ରିଲ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଜାରି; ସତର୍କତାର ସହିତ ହେବ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର: ଏପ୍ରିଲ ମାସ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଲାଗୁ ହେବ ।
କଣ୍ଟେନମେଣ୍ଟ କରିପାରିବେ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର
ସତର୍କତାର ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରୁ କେହି ବାହାରି ପାରିବେନି । ଘରକୁ ଘର ସର୍ଭେ ହେବ । ଏହାସହ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ
ଯଥା ସମ୍ଭବ ଅଧିକ ଆରଟିପିସିଆର ଟେଷ୍ଟ କରିବାକୁ ବି ନିର୍ଦ୍ଦେଶ
ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ କଡା ନିର୍ଦ୍ଦେଶ ଜାରି କରାଯାଇଛି
ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶରେ ସର୍ବାଧିକ ୨ ଶହ ଲୋକଙ୍କୁ ଅନୁମତି

ବର୍ତମାନ ଦେଶ ସମେତ ରାଜ୍ୟରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । କରୋନା କଟକଣା କଡାକଡି କରାଯାଇଛି । ମାସ୍କ ଚେକିଂ ଚାଲିଛି । ତଥାପି କିଛି ଅମାନିଆ କରୋନା ନିୟମ ଉଲ୍ଲଂଘନ କରୁଥିବାର ସାମ୍ନାକୁ ଆସୁଛି । ଯେଉଁଥିପାଇଁ ସରକାର ସେମାନଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୁହଁକୁ ସବୁବେଳେ ମାସ୍କରେ ଘୋଡେଇ ରଖିବା ସହ ହାତକୁ ବାରମ୍ବାର ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ନିୟମ ନମାନିଲେ ସରକାର ଲକଡାଉନ, ସଟଡାଉନ ମଧ୍ୟ କରିପାରିବେ ବୋଲି ଚେତାଇ ଦେଇଛନ୍ତି । ସେଥିପାଇଁ ସମସ୍ତେ କରୋନା ନିୟମ ମାନିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking