39.1 C
Bhubaneswar
Wednesday, April 24, 2024
Homeଓଡିଶାରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର

ଭୁବନେଶ୍ୱର: ତାତିରେ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ୱର । ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ୧୩ଟି ସହରର ତାପମାତ୍ରା ଆଜି ୪୧ ଡିଗ୍ରୀ ଉପରେ ରହିଛି । ବାରିପଦାରେ ୪୩.୦୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ୪୩ ଡିଗ୍ରୀ, ଚାନ୍ଦବାଲି ୪୨.୦୬ ଡିଗ୍ରୀ, ତାଳଚେର ୪୨.୦୫ ଡିଗ୍ରୀ, ମାଲକାନଗିରି, ଗଜପତି ଓ ବୌଦ୍ଧ ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିଭଳି ଅନୁଗୁଳ ୪୧.୦୭, ବଲାଙ୍ଗୀର ଓ ଭବାନୀପାଟଣା ୪୧.୦୫, ଟିଟିଲାଗଡ ଓ ନୟାଗଡର ତାପମାତ୍ରା ୪୧.୦୨ ଡିଗ୍ରୀ ରେକର୍ଡ ହୋଇଛି । ଆଜି ଦିନ ୧୦ଟା ବେଳକୁ ଏତେ ମାତ୍ରାରେ ଖରା ସହ ତତଲା ପବନ ବହୁଥିଲା, ଘରୁ ବାହାରିବା ଅସମ୍ଭବ ହୋଇପଡିଥିଲା । ଏବେଠୁ ଏମିତି ଖରାକୁ ଦେଖିଲେ ଆଗକୁ ସ୍ଥିତି ଆହୁରି ଜଟିଳ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking