29.1 C
Bhubaneswar
Monday, May 6, 2024
Homeଓଡିଶାପରୀକ୍ଷା ତାରିଖ ଘୁଞ୍ଚାଇବା ଦାବିରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବିରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

 

 

:-* କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଯୁକ୍ତ ତିନି ଛାତ୍ର ଛାତ୍ରୀ ଆଗାମୀ ତୃତୀୟ ସେମିଷ୍ଟର ପରୀକ୍ଷା ତାରିଖ ଘୁଞ୍ଚାଇବା ସହ ସମସ୍ତ ଛାତ୍ର ଛାତ୍ରୀ ଙ୍କ କୋଭିଡ ଟେଷ୍ଟ, କରାଯିବା ଓ ଅଫଳାଇନ ବଦଳରେ ଅନଲାଇନ ପରୀକ୍ଷା କରାଯିବା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

 

ତେବେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଅନୁସାରେ ପାଠ୍ୟକ୍ରମର ୭୫ ଭାଗ କ୍ଳାସ ରୁମରେ ପାଠ ପଢା ସାରିବା ଓ ବଳକା ୨୫ ଭାଗ ଛାତ୍ର ଛାତ୍ରୀ ନିଜେ ପ୍ରସ୍ତୁତ କରିବା ନିୟମ ଅଛି । କିନ୍ତୁ ଛାତ୍ର ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ପରୀକ୍ଷା ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଅନେକ ବିଭାଗର ପାଠ୍ୟକ୍ରମ ଅନୁସାରେ ପାଠ  ବାକି ଅଛି, ଯାହା ଫଳରେ ଛାତ୍ର ଛାତ୍ରୀ ପରୀକ୍ଷାରେ ଭଲ ମାର୍କ ରଖିବା ଅନିଶ୍ଚିତତା ଦେଖାଦେଇଛି । ଏଣୁ ଛାତ୍ର ଛାତ୍ରୀ ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବି କରିଛନ୍ତି ।

 

ଏହା ବ୍ୟତୀତ କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ, ଜିଲ୍ଲାର ଅନେକ ମହାବିଦ୍ୟାଳୟରେ କରୋନା ପରୀକ୍ଷା ସମ୍ପାଦନ କରାଯାଇଛି, ହେଲେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ କୋୖଣସି କରୋନା ପରୀକ୍ଷା ବ୍ୟବସ୍ଥା ଗ୍ରହଣ କରାନଯିବା ସଂକ୍ରାନ୍ତରେ କ୍ଷୋଭ ପ୍ରକାଶ କରିବା ସହିତ ଯଥାଶୀଘ୍ର କରୋନା ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି ।

 

ଏହା ବ୍ୟତୀତ ଅଫଳାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା କରିବା ନେଇ ଏକ ଦାବିପତ୍ର କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ପ୍ରିନ୍ସିପାଲ ଜରିଆରେ କଳାହାଣ୍ଡି ଜିଲ୍ଲାପାଳ ଓ ମାନ୍ୟବର ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାଖଲ କରିଛନ୍ତି ।

 

ତେବେ ଏହା ସଂକ୍ରାନ୍ତରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ପ୍ରିନ୍ସିପାଲ ଶ୍ରୀଯୁକ୍ତ ପଦ୍ମଲୋଚନ ଭୋଇ ଛାତ୍ର ଛାତ୍ରୀଙ୍କ ସହିତ ଆପୋଷ ବୁଝାମଣା କରି, ସମସ୍ତ ତଥ୍ୟ ଜିଲ୍ଳାପାଳଙ୍କୁ ଅବଗତି କରାଯାଇଛି ଓ ରାଜ୍ୟ ସରକାରଙ୍କ ଆଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

 

କଳାହାଣ୍ଡିରୁ ସୁନିଲ କୁମାର ମୁଣ୍ଡଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking