36.1 C
Bhubaneswar
Sunday, May 19, 2024
Homeଆଇପିଏଲ୍ -2022ସଞ୍ଜୁଙ୍କ ଶତକ ସତ୍ତ୍ୱେ ପଞ୍ଜାବ ବିଜୟୀ

ସଞ୍ଜୁଙ୍କ ଶତକ ସତ୍ତ୍ୱେ ପଞ୍ଜାବ ବିଜୟୀ

ଚେନ୍ନାଇ : ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣର ଚତୁର୍ଥ ମ୍ୟାଚ୍‌ରେ ବିଜୟୀ ହୋଇ ପଞ୍ଜାବ କିଙ୍ଗ୍‌ସ । ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେବା ପରେ ରୟାଲ୍ସ ଟିମ୍ ପ୍ରତିପକ୍ଷ ପଞ୍ଜାବ କିଙ୍ଗ୍‌ସର ଇନିଂସକୁ ୨୨୧/୬ରେ ସୀମିତ ରଖିବା ପରେ ମାତ୍ର ୪ ରନ୍‌ରେ ବିଜୟରୁ ବଞ୍ଚିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥବା ପଞ୍ଜାବ ପକ୍ଷରୁ ଅଧିନାୟକ ଲୋକେଶ ରାହୁଲ୍ ୯୧ ରନ୍‌ର ବଳିଷ୍ଠ ଇନିଂସ ଖେଳିଥିବା ବେଳେ କ୍ରିସ୍ ଗେଲ୍ ୪୦ ଓ ଦୀପକ ହୁଡ୍ଡା ବିସ୍ଫୋରକ ୬୮ ରନ୍‌ର ଇନିଂସ ଖେଳିଥିଲେ । ରୟାଲ୍ସ ପକ୍ଷରୁ ଚେତନ ସାକାରିଆ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ କିସ୍ ମୋରିସ୍ ୨ଟି ୱିକେଟ୍ ନେଇଥିଲେ । ଜବାବରେ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍‌ଙ୍କ ୧୧୯ ରନ୍‌ର ବଳିଷ୍ଠ ଇନିଂସ ସତ୍ତ୍ୱେ ବିଜୟଠାରୁ ଅଳ୍ପ ଦୂରରେ ରହିଯାଇଥିଲା ।

ପଞ୍ଜାବର ଦୁଇ ଓପନର ରାହୁଲ୍ ଓ ମୟଙ୍କ ଅଗରୱାଲ୍ ୨୨ ରନ୍ ଯୋଡ଼ିବା ପରେ ମୟଙ୍କ ଆଉଟ୍ ହୋଇଯାଇଥିଲେ । ତେବେ ରାହୁଲ୍ ଓ ଗେଲ୍‌ଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍‌ରେ ୬୭ ରନ୍‌ର ଭାଗୀଦାରୀ ହୋଇଥିଲା । ଗେଲ୍ ୪ଟି ଚୌକା ଓ ୨ଟି ଛକା ସହ ୪୦ ରନ୍ କରି ଆଉଟ୍ ହେବା ପରେ ଦୀପକ ହୁଡ୍ଡା ମାତ୍ର ୨୮ ବଲ୍ ଖେଳି ୪ଟି ଚୌକା ଓ ୬ଟି ଛକା ସହ ୬୪ ରନ୍ କରିଥିଲେ ।

ଜବାବରେ ବେନ୍ ଷ୍ଟୋକ୍ସ ୦ ଓ ମନନ ବୋହରା ୧୨ ରନ୍ କରି ଆଉଟ୍ ହେବା ଫଳରେ ଦଳର ପ୍ରାଥମିକ ବ୍ୟାଟିଂ ବିଫଳତା ଘଟିଥିଲା । କିନ୍ତୁ ସଞ୍ଜୁ ୧୨ଟି ଚୌକା ଓ ୭ଟି ଛକା ସହ ୧୧୯ ରନ୍ କରି ଶେଷ ବଲରେ ଆଉଟ୍ ହୋଇଥିଲେ । ଏହାଛନା ଜୋସ୍ ବଟଲର୍ ୨୫, ଶିବମ୍ ଦୁବେ ୨୩ ଓ ରିୟାନ୍ ପରାଗ୍ ୨୫ ରନ୍ କରିଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂହ ୩ଟି ଏବଂ ମହମ୍ମଦ ଶମୀ ୨ଟି ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking