31.1 C
Bhubaneswar
Monday, May 6, 2024
Homeଓଡିଶାପୋଲିସ ଓ ବନବିଭାଗର ମିଳିତ ଚଢାଉ : ଶିକାରୀ ଗିରଫ

ପୋଲିସ ଓ ବନବିଭାଗର ମିଳିତ ଚଢାଉ : ଶିକାରୀ ଗିରଫ

ଉଦଳା : ପୋଲିସ ଓ ବନବିଭାଗର ମିଳିତ ଭାବେ ଚଢାଉ । ଏହି ଚଢାଉରେ ଶିକାରୀ ଗିରଫ ସହ ସେମାନଙ୍କ ନିକଟରୁ ବନ୍ଧୁକ ଜବତ ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ଫୁଲବାଡ଼ିଆ ଅଞ୍ଚଳର ଘଟଣା ।ଖବର ଅନୁଯାୟୀ, ବିଶେଷସୁତ୍ରରୁ ଖବର ପାଇ ଉଦଳା ପୋଲିସ ସ୍ଥାନୀୟ ବନବିଭାଗ ସହାୟତାରେ ଫୁଲବାଡ଼ିଆ ଅଞ୍ଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ଶିବ ସିଂ ଏବଂ ବାସୁଦେବ ସିଂ ନାମକ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।

ଏହି ଶିକାରୀମାନେ ଦେଶୀ ବନ୍ଧୁକ ଓ ଶିକାର ସାମଗ୍ରୀ ନିଜ ଘରେ ଲୁଚାଇ ରଖିଥିଲେ । ସେମାନଙ୍କ ନିକଟରୁ ୩ ଗୋଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଫାଶ, ଧନୁ ଏବଂ ତୀର ଜବତ କରିଛି । ଏକ ଭଙ୍ଗା ଦେଶୀ ବନ୍ଧୁ ମଧ୍ୟ ରହିଛି । ସେହିପରି ଦୁଇ ପୂର୍ବରୁ ବନ ବିଭାଗ କପ୍ତିପଦା ରେଞ୍ଜ ଅଞ୍ଚଳରେ ଚଢାଉ କରି ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ଚାରୁ ବନ୍ଧୁକ , ବଜ୍ରକାପ୍ତା କାତି ସହ ଜଙ୍ଗଲୀ ମାଂସ ଜବତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking