28.1 C
Bhubaneswar
Thursday, March 28, 2024
Homeଏକ୍ସକ୍ଲୁସିଭ୍ଜେଏନୟୁରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ: ସାରା ଦେଶରେ ତାତିଲେ ଶିକ୍ଷାର୍ଥୀ

ଜେଏନୟୁରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ: ସାରା ଦେଶରେ ତାତିଲେ ଶିକ୍ଷାର୍ଥୀ

ନୂଆଦିଲ୍ଲୀ: ଜେଏନୟୁରେ ଦୁର୍ବୃତ୍ତଙ୍କ ଦାଦାଗିରିକୁ ସମଗ୍ର ଦେଶ ବିରୋଧ କରିଛି। ଗତକାଲି ସନ୍ଧ୍ୟାରେ ଏକାଧିକ ମୁଖା ପିନ୍ଧା ଦୁର୍ବୃତ୍ତ ଜେଏନୟୁ କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜେଏନୟୁ ସଭାପତି ଆଇଶି ଘୋଷଙ୍କ ସମେତ ୨୮ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁର୍ବୃତ୍ତମାନଙ୍କୁ ଠାବ କରି କଠୋର ଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରିଛନ୍ତି। ଜେଏନୟୁ ଛାତ୍ରଛାତ୍ରୀଙ୍କ ସ୍ୱରକୁ ସବୁଦିନ ପାଇଁ ବନ୍ଦ କରିଦେବା ପାଇଁ ଏଭଳି ଆକ୍ରମଣ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଆଜି ଜେଏନ୍ୟୁ କ୍ୟାମ୍ପସ ବାହାରେ ମଧ୍ୟ ନ୍ୟାୟ ଦାବିରେ ଶତାଧିକ ଶିକ୍ଷାର୍ଥୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଶାନ୍ତିଶୃଙ୍ଖଳା ପାଇଁ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି। ତେବେ ଫ୍ଲାଗମାର୍ଚ୍ଚ ବେଳେ ଛାତ୍ରଛାତ୍ରୀମାନେ ଗୋ ବ୍ୟାକର ନାରା ଦେଇଛନ୍ତି।
ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ କ୍ୟାଣ୍ଡେଲ ଲାଇଟ୍ ମାର୍ଚ୍ଚ କରି ଜେଏନୟୁ ଘଟଣାକୁ ନିନ୍ଦା କରିଛନ୍ତି। ହାଇଦ୍ରାବାଦରେ ମଧ୍ୟ ଶତାଧିକ ଛାତ୍ରଛାତ୍ରୀ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking