27.1 C
Bhubaneswar
Friday, March 29, 2024
Homeଓଡିଶାପୋଲର ୩୦ ଫୁଟ ତଳକୁ ଖସି ଆମ୍ବ ଗଛରେ ଲଟକିଲା ବାଇକ

ପୋଲର ୩୦ ଫୁଟ ତଳକୁ ଖସି ଆମ୍ବ ଗଛରେ ଲଟକିଲା ବାଇକ

ବାଲିଅନ୍ତା : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ତେବେ ଏଭଳିି ଏକ ସଡକ ଦୁର୍ଘଟଣା ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ପୋଲରୁ ବାଇକ୍ ତଳେ ଖସି ପଡ଼ିବାରୁ ଦୁଇଜଣ ଗୁରୁତର ଆହତ ହୋଇଥିବାର ଖବର ମିଳିଛି ।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବାଲିଅନ୍ତା ଥାନା ଅନ୍ତର୍ଗତ ଅଟଳା ଗାଁର ଭୋଇ ସାହିର ଉମାକାନ୍ତ ଭୋଇ ଏବଂ ପ୍ରଶାନ୍ତ ଭୋଇ ଏକ ବାଇକ୍ ଯୋଗେ ଦୁହେଁ ହଂସପାଳ-ଜୟଦେବ ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତାରେ ଫେରୁଥିଲେ । ରାତି ପ୍ରାୟ ୮ଟା ସମୟରେ ସେମାନଙ୍କ ବାଇକଟି ନିୟନ୍ତ୍ରଣ ହରାଇ ବାଲିଅନ୍ତାସ୍ଥିତ ମହାତ୍ମା ସେତୁର କଂକ୍ରିଟ ବାଡ଼ରେ ପିଟି ହୋଇଥିଲା । ଏହାଫଳରେ ବାଇକଟି ପୋଲର ୩୦ ଫୁଟ୍ ତଳକୁ ଖସି ପଡ଼ି ଏକ ଆମ୍ବଗଛରେ ଲଟକି ଯାଇଥିଲା । ଏହି ଦୁର୍ଘଟଣାରେ ଉଭୟ ଉମାକାନ୍ତ ଓ ପ୍ରଶାନ୍ତ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking