28.1 C
Bhubaneswar
Friday, April 26, 2024
Homeଓଡିଶାମାଇକ୍ରୋଫାଇନାନ୍ସ କମ୍ପାନୀର ଟଙ୍କା ଆଦାୟକୁ ବିରୋଧ

ମାଇକ୍ରୋଫାଇନାନ୍ସ କମ୍ପାନୀର ଟଙ୍କା ଆଦାୟକୁ ବିରୋଧ

ଝାରସୁଗୁଡା : ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଚାପ ପ୍ରୟୋଗକରି ଗରିବ ମହିଳାଙ୍କଠାରୁ ଟଙ୍କା ଆଦାୟ କରୁଥିବା ଗୁରୁବାର ଝାରସୁଗୁଡା ବ୍ଲକ ମରାକୁଟା ପଞ୍ଚାୟତର ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି କରୋନା ଯୋଗୁ ଋଣ ନେଇ ଆରମ୍ଭ କରିଥିବା ସେମାନଙ୍କ ବ୍ୟବସାୟ ଠପ ହେବାସହ ତାଙ୍କ ସ୍ୱାମୀମାନେ ମଧ୍ୟ ବେରୋଜଗାର ହୋଇ ପଡିଛନ୍ତି । ଏହିପରି ପରିସ୍ଥିତରେ ମାଇକ୍ରୋଫାଇନାନ୍ସ କମ୍ପାନୀ ଏଜେଣ୍ଟ ସେମାନଙ୍କ ଘରକୁ ଆସି ମାସିକ ଓ ସାପ୍ତାହିକ ସୁଧ ଟଙ୍କା ଆଦାୟ କରୁଛନ୍ତି । ଯାହା ସେମାନଙ୍କ ପ୍ରତି ଅତ୍ୟାଚାରଠୁ କିଛି କମ ନୁହେଁ । ମାସମାସ ଧରି କାମଧନ୍ଦା ହରାଇ ବସିଥିବାରୁ ସେମାନଙ୍କ ପାଖରେ ଏବେ ଦି ଓଳି ଖାଇବା ସାମଗ୍ରୀ କିଣିବା ପାଇଁ ଟଙ୍କା ନାହିଁ । ଏହି ସମୟରେ ସେମାନେ ସରକାରଙ୍କ ପକ୍ଷରୁ ମିଳିଥିବା ଖାଉଟି ସାମଗ୍ରୀ ଓ ସହାୟତା ରାଶିରେ ଦୁଃଖକଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ତେଣୁ ଏହି ସମୟରେ ସେମାନଙ୍କ ଠାରୁ ଋଣ ଆଦାୟ କରାନଯାଉ ବୋଲି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ଆହୁରି ମଧ୍ୟ କହିଛନ୍ତି, ଲୋକଙ୍କୁ ଋଣ ବୋଝରୁ ହାଲୁକା କରିବା ପାଇଁ ସରକାର ଏବେ ରୁଣ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଳି ଭାବରେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡିକ ଉଲ୍ଲଂଘନ କରି ଟଙ୍କା ଆଦାୟ କରୁଛନ୍ତି । ମାଇକ୍ରୋ ଫାଇାନାନ୍ସ କମ୍ପାନୀ ଏହିପରି ଚାପ ପ୍ରୟୋଗ କରି ଟଙ୍କା ଆଦାୟ କଲେ ସେମାନେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବେ ବୋଲି ମରାକୁଟା ପଞ୍ଚାୟତର ମହିଳାମାନେ କହିଛନ୍ତି । ତେଣୁ ସରକାରୀ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନର ପରିସ୍ଥିତିରେ ଟଙ୍କା ଆଦାୟ ବନ୍ଦ କରି ଗରିବ ମହିଳାମାନଙ୍କୁ ଶୋଷଣରୁ ରକ୍ଷା କରାଯାଉ ବୋଲି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking