34.1 C
Bhubaneswar
Friday, March 29, 2024
Homeଓଡିଶାମୃତ୍ୟୁର ୧୬ ଦିନ ପରେ ଫେରିଲା ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ

ମୃତ୍ୟୁର ୧୬ ଦିନ ପରେ ଫେରିଲା ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତଦେହ

ଗଞ୍ଜାମ : ଦୁବାଇରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ମର ଶରୀର ମୃତ୍ୟୁର ୧୬ ଦିନ ପରେ ଗାଁକୁ ଫେରିଛି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ବଳରାମ ପ୍ରଧାନ (୩୬) ପରିବାର ଭରଣପୋଷଣ ପାଇଁ କାମଧନ୍ଦା ଅନ୍ୱେଷଣରେ ଦେଢ଼ ବର୍ଷ ପୂର୍ବେ ଦୁବାଇକୁ ଯାଇଥିଲେ । ବଳରାମ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ମାସ ୩୦ ତାରିଖରେ ତାଙ୍କ ନିକଟରେ ରହୁଥିବା ସେହି ଗ୍ରାମର ଜଣେ ଯୁବକ ବଳରାମଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଏହି ଖବର ଶୁଣିବା ପରେ ବିଧବା ମା’ ମାୟା ପ୍ରଧାନ (୭୦), ସ୍ତ୍ରୀ ନିବାସୀ ପ୍ରଧାନ, ବଡ଼ ପୁଅ ଆଲୋକ ଓ ସାନ ପୁଅ ଆକାଶ ଦୁଃଖରେ ଭାଙ୍ଗି ପଡିଥିଲେ । ନିବାସୀ ସ୍ୱାମୀଙ୍କ ମୃତଦେହକୁ ଦୁବାଇରୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ ।
ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ସହଯୋଗର ହାତ ବଢ଼ାଇଥିଲେ। ସେ ରାଜ୍ୟ ସରକାରଙ୍କ ସହଭାଗୀତାରେ ଦୁବାଇରେ ଥିବା ଓଡ଼ିଆ ଦାଦନ ଶ୍ରମିକ ମୃତଦେହ ଫେରାଇ ଆଣିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ । ବୁଧବାର ରାତିରେ ବିମାନ ଯୋଗେ ବଳରାମଙ୍କ ମୃତଦେହ ଦୁବାଇରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଥିଲା । ସେଠାରେ ଅଭିନେତା ସବ୍ୟସାଚୀ ଉପସ୍ଥିତ ଥିଲେ । ପରେ ବିମାନ ବନ୍ଦରରୁ ଏକ ଆମ୍ବୁଲାନ୍ସ ଯୋଗେ ଖୋଜାପଲ୍ଲୀ ଗ୍ରାମକୁ ବିଳମ୍ବିତ ରାତିରେ ପହଞ୍ôଚଥିଲା । ମୃତ ବଳରାମଙ୍କ ଦୁଇ ପୁତ୍ରର ପାଠପଢା ଖର୍ଚ୍ଚ ବହନ କରିବା ସହ ଆର୍ଥିକ ସହାୟତା ପାଇଁ ସେ କମ୍ପାନୀ ସହିତ କଥାବାର୍ତ୍ତା କରିବେ ବୋଲି ସବ୍ୟସାଚୀ ପ୍ରତିଶ୍ରୁତି ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking