32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଏବେ ଆକାଶରେ ଉଡ଼ି ଶତ୍ରୁଙ୍କୁ ଧୂଳି ଚଟାଇବେ ଯବାନ

ଏବେ ଆକାଶରେ ଉଡ଼ି ଶତ୍ରୁଙ୍କୁ ଧୂଳି ଚଟାଇବେ ଯବାନ

ନୂଆଦିଲ୍ଲୀ : ବିଜ୍ଞାନରେ ସୃଜନ ଓ ସଂହାର ଦୁଇଟି ଯାକର ଶକ୍ତି ନିହିତ ଅଛି । ଏହାର ଚମତ୍କାରିତା ସାଧାରଣ ମଣିଷର ଜୀବନକୁ କେବଳ ଯେ ସହଜ ବନାଇଛି ତାହା ନୁହେଁ, ବରଂ ସୈନିକମାନଙ୍କୁ ମଧ୍ୟ ନୂଆ ଶକ୍ତି ପ୍ରଦାନ କରିଛି । ଏହି କ୍ରମରେ ବର୍ତ୍ତମାନ ପାରାଟ୍ରୁପର୍ସ ଜରିଆରେ ଶତ୍ରୁମାନଙ୍କୁ ସଂହାର କରିବା ଅତୀତ ଯୁଗର କଥା ହେବାକୁ ଯାଉଛି । କାହିଁକିନା, ଏବେ ସୈନିକମାନଙ୍କୁ ସ୍ୱତନ୍ତ୍ର ଜେଟ୍ ସୁଟ୍ ଦେଇ ବାସ୍ତବ ଜୀବନର ‘ଲୌହ ମାନବ’ କରିବାକୁ ପ୍ରସ୍ତୁତି ଚାଲିଛି । ସଶସ୍ତ୍ର ବାହିନୀ ଖାସ୍ କରି ନୌସେନା ପାଇଁ ପ୍ରସ୍ତୁତ ହୋଇଥିବା ଏହି ସ୍ପେଶାଲ ସୁଟ୍‌କୁ ତିଆରି କରିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ଆବଶ୍ୟକ ପଡ଼ିଲେ ଏହାକୁ ବିନା କୌଣସି ଶବ୍ଦରେ ଶତ୍ରୁମାନଙ୍କ ଠିକଣାରେ ଲ୍ୟାଣ୍ଡ କରାଯାଇ ପାରିବ । ବ୍ରିଟିଶ ବିଜନେସ୍ ମ୍ୟାନ ତଥା ଗ୍ରାଭିଟି ଇଣ୍ଡଷ୍ଟ୍ରୀଜ୍‌ର ସିଇଓ ରିଚାର୍ଡ ବ୍ରାଉନିଙ୍ଗ୍ ‘ଆର୍ମି ପିପୁଲ୍ କନ୍‌ଫେରେନ୍ସ’ରେ ଏହି ଅତ୍ୟାଧୁନିକ ଟେକ୍ନୋଲୋଜିରେ ଭରା ଜେଟ୍ ସୁଟ୍‌ର ପ୍ରଦର୍ଶନ କରିଥିଲେ । ନିଜର ସାମର୍ଥ୍ୟ ପ୍ରଦର୍ଶନ ବେଳେ ଜେଟ୍ ସୁଟ୍‌ର ସ୍ୱତନ୍ତ୍ରତାକୁ ଦେଖି ଉପସ୍ଥିତ ବରିଷ୍ଠ ସେନା ଅଧିକାରୀ ଓ କମାଣ୍ଡର ବହୁତ ଉତ୍ସାହିତ ହୋଇ ପଡ଼ିଥିଲେ । ଫାର୍ନବରୋଁରେ ଯେଉଁ ଜେଟ୍ ସୁଟ୍‌ର ପ୍ରଦର୍ଶନ ହୋଇଥିଲା, ତାହାର ଖାସିୟତ ହେଉଛି, ଏଥିରେ ୫ ଗ୍ୟାସ୍ ଟର୍ବାଇନ ସଂଲଗ୍ନ ରହିଛି, ଯାହା ସାହାଯ୍ୟରେ ୧୨,୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରାଯାଇ ପାରିବ । ଏହାକୁ ପିନ୍ଧିଥିବା ସୈନିକ ପ୍ରତି ଘଣ୍ଟା ୮୦ ମାଇଲ୍ ବେଗରେ ଉଡ଼ି କୌଣସି ବି ଯୁଦ୍ଧ କ୍ଷେତ୍ରରେ ପହଞ୍ଚି ପାରିବେ । କନ୍‌ଫେରେନ୍ସରେ ବ୍ରାଉନିଙ୍ଗ୍ ପ୍ରଦର୍ଶନ କରିଥିବା ଉଡ଼ାଣ ମେଶିନକୁ ତାଙ୍କ ଫର୍ମ ‘ୱାର୍ଲ୍ଡ ଫାର୍ଷ୍ଟ’ ନାମ ଦେଇଛି । ବ୍ରାଉନିଙ୍ଗ୍‌? ଏହି ସୁଟ୍ ପିନ୍ଧି କିଛି ଦୂରରେ ଛିଡ଼ା ହୋଇଥିବା ଜିପ୍‌ର ହୁଡ୍ ଏବଂ ଟ୍ରକ୍‌ର ଛାତ ଉପରେ ଓହ୍ଲାଇଥିଲେ । ସେହିପରି ସେନା ଇଭେଣ୍ଟରେ ଯୋଗ ଦେଇଥିବା ଦର୍ଶକ ଭରପୂର ବାଲକୋନୀରେ ମଧ୍ୟ ସେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଲୋକେ ଜେଟ୍ ମ୍ୟାନ୍ ସହିତ ଖୁବ୍ ଫଟୋ ଉଠାଇଥିଲେ । ଏହା ପ୍ରଥମ ମଉକା ନୁହେଁ ଯେ ସିଇଓ ବ୍ରାଉନିଙ୍ଗ୍ ବ୍ରିଟିଶ ସଶସ୍ତ୍ର ବଳ ପାଇଁ ବନା ଯାଇଥିବା ଏହି ପ୍ରଡକ୍ଟକୁ ପ୍ରଦର୍ଶିତ କରିଛନ୍ତି । ପ୍ରଡକ୍ଟ ତିଆରି ପାଇଁ ଅନେକ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା । ବ୍ରିଟିଶ ନୌସେନା ପାଇଁ ପ୍ରସ୍ତୁତ ଏହି ଜେଟ୍ ସୁଟର ନିର୍ମାଣ ଗ୍ରାଭିଟି ଇଣ୍ଡଷ୍ଟ୍ରୀର ସହଯୋଗରେ ପେଟ୍ରୋଲ ଭେସେଲ୍ କରିଛି । ଏଥିପାଇଁ ଅନେକ ପରୀକ୍ଷାମୂଳକ ଉଡ଼ାଣର ଆୟୋଜନ ହୋଇଥିଲା । ନୌସେନାର ଅଧିକାରୀମାନେ ଜାଣିବାକୁ ଚାହୁଁଥିଲେ କି, ଏହି ଫର୍ମର ଜେଟ୍ ସୁଟ୍‌କୁ କ’ଣ ଭବିଷ୍ୟତରେ ସୈନ୍ୟ ଅଭିଯାନ ଉପରେ ଉପଯୋଗ କରାଯାଇ ପାରିବ? ତେବେ ବର୍ଷ ୨୦୧୯ରେ ବ୍ରାଉନିଙ୍ଗ୍ ଏଚ୍‌ଏମ୍‌ଏସ୍ ରାଣୀ ଏଲିଜାବେଥ୍‌ଙ୍କ ଚାରିପାଖରେ ଏକ ଟେଷ୍ଟ ପ୍ଲାଇଟ୍ ପୂରା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking