43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶନଭେମ୍ବର ୮ରୁ ସବୁ ସ୍ତରର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ : କେନ୍ଦ୍ର ସରକାର

ନଭେମ୍ବର ୮ରୁ ସବୁ ସ୍ତରର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୮ ନଭେମ୍ବରରୁ ସମସ୍ତ ସ୍ତରର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ ପୁନଃ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ବିଭାଗ ପ୍ରମୁଖ ଏହା ସୁନିଶ୍ଚିତ କରିବେ ଯେ ବାୟୋମେଟ୍ରିକ ମେଶିନ ପାଖରେ ସାନିଟାଇଜର ଅନିବାର୍ଯ୍ୟ ରୂପରେ ରଖାଯିବ । ସମସ୍ତ କର୍ମଚାରୀ ଉପସ୍ଥାନ ଦେବା ପୂର୍ବରୁ ଏବଂ ପରେ ନିଜ ହାତକୁ ଭଲ ଭାବେ ସାନିଟାଇଜ୍ କରିବେ । ଏଥି ପୂର୍ବରୁ କରୋନା ଭାଇରସ୍ ମହାମାରୀ କାରଣରୁ ସମସ୍ତ କର୍ମଚାରୀଙ୍କୁ ବାୟୋମେଟ୍ରିକ୍‌ରେ ଉପସ୍ଥାନ ପକେଇବାରୁ ମୁକ୍ତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗକୁ ପଠାଇଥିବା ଆଦେଶରେ କୁହାଯାଇଛି ଯେ ନିଜର ଉପସ୍ଥାନ ପଞ୍ଜୀକରଣ କରିବା ସମୟରେ ସମସ୍ତ କର୍ମଚାରୀ ଅନିବାର୍ଯ୍ୟ ରୂପରେ ୬ ଫୁଟର ଦୂରତା ବଜାୟ ରଖିବେ । ଭିଡ଼ରୁ ବଞ୍ଚିବା ପାଇଁ ଆବଶ୍ୟକତା ପଡ଼ିଲେ ଅତିରିକ୍ତ ବାୟୋମେଟ୍ରିକ୍ ମେଶିନ ଲଗାଯାଇପାରିବ । ସମସ୍ତ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ଏବଂ ପୂରା ସମୟ ନିଜ ଚେହେରାକୁ ଢାଙ୍କି ରଖିବା ମଧ୍ୟ ବାଧ୍ୟତାମୂଳକ ହେବ । ଏପରିକି ଉପସ୍ଥାନ ପଞ୍ଜୀକରଣ ସମୟରେ ମଧ୍ୟ କର୍ମଚାରୀମାନଙ୍କୁ ମାସ୍କ ପିନ୍ଧି ନିୟମକୁ ପାଳନ କରିବାକୁ ପଡ଼ିବ । ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ବୈଠକଗୁଡ଼ିକ ଜାରି ରହିବ ଏବଂ ଜନସାଧାରଣଙ୍କ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବ୍ୟତୀତ ଆଗନ୍ତୁକମାନଙ୍କ ସହିତ ସାକ୍ଷାତ ଉପରେ ରୋକ୍ ଲଗାଯିବ । କରୋନାରୁ ବଞ୍ଚିବା ପାଇଁ ବାୟୋମେଟ୍ରିକ ଉପସ୍ଥାନକୁ ମାର୍ଚ୍ଚ ୨୦୨୦ରେ ତୁରନ୍ତ ରୋକି ଦିଆଯାଇଥିଲା । ଏହାପର ଠାରୁ ସରକାରୀ କର୍ମଚାରୀମାନେ ରେଜିର୍ଷ୍ଟରେ ହିଁ ଦସ୍ତଖତ କରି ନିଜର ଉପସ୍ଥାନ ପକାଉଥିଲେ । ଯଦିଓ କିଛି ସରକାରୀ ବିଭାଗରେ ପରବର୍ତ୍ତୀ ସମୟରେ ଏହି ନିୟମ ଲାଗୁ କରାଯାଇଥିଲା । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ଲୋକଙ୍କ ସମ୍ପର୍କରେ ଆସୁଥିବା ଜିନିଷର ପ୍ରୟୋଗକୁ ସରକାର ବାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking