38.1 C
Bhubaneswar
Friday, April 26, 2024
Homeଓଡିଶାଯବାନ-ମାଓବାଦୀ ଗୁଳିବିନିମୟ, ୩ ମାଓବାଦୀ ସଫା

ଯବାନ-ମାଓବାଦୀ ଗୁଳିବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି : ମାଲକାନଗିରିରେ ଯବାନ ଓ ମାଓବାଦୀ ଗୁଳିବିନିମୟ ହୋଇଛନ୍ତି । ମାଥିଲ ଥାନା ତୁଳସୀ ପାହାଡ଼ ନିକଟରେ ଯବାନ-ବାଓବାଦୀ ଗୁଳିବିନିମୟ ହୋଇଛନ୍ତି । ଏହି ଗୁଳିବିନିମୟରେ ୩ ମାଓବାଦୀ ସଫା ହୋଇଛନ୍ତି । ୩ ନିହତ ମାଓବାଦୀଙ୍କ ମଧ୍ୟରୁ ୨ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ୨ଟି ବନ୍ଧୁକ ଜବତ, କମିଂ ଅପରେସନ୍ ଜାରି ରହିଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଡିଜିପି ଅଭୟ ।

ବତ୍ତର୍ମାନ ବି ଗୁଳିବିନିମୟ ଜାରି ରହିଛି । ପୋଲିସ ଘଟଣାରସ୍ଥଳରେ ଅଧିକ ପୋଲିସକୁ ନିୟୋଜିତ କରିଛି । ଯେପର୍ଯ୍ୟନ୍ତ ପୋଲିସ ମାଓବାଦୀଙ୍କୁ ନିୟନ୍ତ୍ରଣକୁ ନ ଆଣିଛି ସେ ପର୍ଯ୍ୟନ୍ତ ଏ ଅପରେସନ୍ ଜାରି ରହିବ ବୋଲି ଜଣାପଡ଼ିଛି । ସର୍ଚ୍ଚ ଅପରେସନ୍‌ରେ ୩ ମାଓବାଦୀର ମୃତଦେହ ମିଳିଛି ଏବଂ ବହୁ ମାଓସାମଗ୍ରୀ ମିଳିଛି । ଏହି ଗୁଳିବିନିମୟରେ ପ୍ରାୟ ୩୦ରୁ ୪୦ ମାଓବାଦୀ ରହିଛନ୍ତି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking