30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଶ୍ରୀନଗର ଲାବେପୋରା ଅଂଚଳରେ ଆତଙ୍କୀ ହାମଲା; ଦୁଇ ଯବାନ ଶହିଦ

ଶ୍ରୀନଗର ଲାବେପୋରା ଅଂଚଳରେ ଆତଙ୍କୀ ହାମଲା; ଦୁଇ ଯବାନ ଶହିଦ

ନୂଆଦିଲ୍ଲୀ: ଶ୍ରୀନଗର ଲାବେପୋରା ଅଂଚଳରେ ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ସମୟରେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଛନ୍ତି । ବର୍ତମାନ ସିଆରପିଏଫ ପ୍ରବକ୍ତା ଓପି ତିୱାରୀ ଦୁଇ ଯବାନ ଶହିଦ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି । ଆହତ ହୋଇଥିବା ଅନ୍ୟ ୩ ଜଣ ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅଧିକ ତଥ୍ୟ ପାଇଁ ଏବେ ଅପେକ୍ଷା ରହିଛି । ତେବେ ଏହି ଆକ୍ରମଣ ହେବା ପରେ ସୁରକ୍ଷାକର୍ମୀ ସମଗ୍ର ଅଂଚଳକୁ ଚାରିପଟୁ ଘେରାବନ୍ଦୀ କରିଛନ୍ତି । ଯାଆସ କରୁଥିବା ପ୍ରତ୍ୟେକ ଯାନକୁ କଡା କଡି ଯାଂଚ କରାଯାଉଛି । ଏହି ହାମଲା ହେବା ପରେ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ସ୍ଥାନ ସ୍ଥାନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ହାମଲାରେ ଗୁରୁତର ହୋଇଥିବା ସିଆରପିଏଫ ଯବାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking