24.1 C
Bhubaneswar
Thursday, May 9, 2024
Homeଓଡିଶାଟ୍ରାକରୁ ଖସିଲା ଜମ୍ମୁତାୟି ଏକ୍ସପ୍ରେସ

ଟ୍ରାକରୁ ଖସିଲା ଜମ୍ମୁତାୟି ଏକ୍ସପ୍ରେସ

ସମ୍ବଲପୁର: ଟ୍ରାକରୁ ଖସିଲା ଜମ୍ମୁ ତଓ୍ବି ଏକ୍ସପ୍ରେସ୍ ଟ୍ରେନ୍ । ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଳ ଷ୍ଟେସନରେ । ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ ହୋଇଛି । ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଗାଡ଼ି ଯାଉଥିବା ସମୟରେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲିଯାଇଥିଲା । ଯାହାଫଳରେ ଲାଇନଚ୍ୟୁତ ହୋଇଥିଲା।

ଭାଗ୍ୟବଶତଃ ଏହି ସମୟରେ ଟ୍ରେନରେ କେହି ଯାତ୍ରୀ ନଥିଲେ । ପରେ ଏ ନେଇ ଓ୍ବାସିଂ ଲାଇନର କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ସେମାନେ ତୁରନ୍ତ ଆସି ଟ୍ରେନଟିକୁ ଟ୍ରାକକୁ ଆଣିଥିଲେ । ତେବେ କେଉଁ କାରଣ ପାଇଁ ଟ୍ରେନଟି ଲାଇନଚ୍ୟୁତ ହୋଇଛି , ତାହା ଏପର୍ଯ୍ୟନ୍ତ ଜଣାପଡିନି । ଟ୍ରେନଟି ପୁର୍ନବାର ଆଜି ଯାତ୍ରା ଆରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking