31.1 C
Bhubaneswar
Sunday, May 5, 2024
Homeଓଡିଶାବାବା ଚନ୍ଦନେଶ୍ୱରଙ୍କ ଚଡକପର୍ବ

ବାବା ଚନ୍ଦନେଶ୍ୱରଙ୍କ ଚଡକପର୍ବ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଞ୍ଚଳରେ ବିରାଜିତ ବାବା ଚନ୍ଦନେଶ୍ଵର ଶୈବପୀଠ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଚୈତ୍ର ମାସରେ ଅନୁଷ୍ଠିତ ହେଉଛି ବାବା ଚନ୍ଦନେଶ୍ୱରଙ୍କ ଏହି ଚଡକ ଯାତ୍ରା । ଏହି ଯାତ୍ରା ଏପ୍ରିଲ ୨ତାରିଖରୁ ଆରମ୍ଭ ହୋଇ୧୩ ତାରିଖରେ ସମାପନ ହେବ । ତେବେ ଚଳିତବର୍ଷ ମହାମାରୀ କରୋନା ସବୁ କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟର କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇନଥିବା ସ୍ଥଳେ କାୟବିସ୍ତାର କରୁଛି କରୋନାର ଦ୍ଵିତୀୟ ଲହରୀ । ଯୋଉଥିପାଇଁ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ନିୟମାବଳୀ ଘୋଷଣା ସହ ପାଳନ କରିବାକୁ ପରାମର୍ଶ ଦେଇ କୋଭିଡ କଟକଣାକୁ ଜୋରଦାର କରିଛନ୍ତି । କାରୋନାର ଦ୍ଵିତୀୟ ଲହରୀର ଭୟାବହତା ମଧ୍ୟରେ ଅନୁଷ୍ଠିତ ହେଉଛି ବାବା ଚନ୍ଦନେଶ୍ବରଙ୍କ ଚଡକ ଯାତ୍ରା ।

ପରମ୍ପରା ଅନୁଯାୟୀ ଗତକାଲି ରାତିରେ ମନ୍ଦିରର ପାଟଭକ୍ତା ଓ ଶ୍ରୀବେକିଡିଙ୍କୁ ନେଇ କାମୀନା ବିବାହ ସ୍ଥିର କରାଯାଇଥିଲା ଏବଂ ଆଜି ବରକନ୍ୟା ବେଶରେ ଶିବ,ପାର୍ବତୀଙ୍କୁ ଏକ ବିରାଟ ପଟୁଆରରେ ମନ୍ଦିରମନ୍ଦିରକୁ ଆଣାଯାଇ ବିବାହ କାର୍ଯ୍ୟ ସମାପନ କରାଯାଇଛି । ତେବେ ଚଳିତ ବର୍ଷ କୋଭିଡର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଥିବାରୁ ଗହଳି ନ କରିବାକୁ ଭକ୍ତଙ୍କୁ ବାରଣ କରାଯାଇଛି । ଏନେଇ ବାଲେଶ୍ବର ଜିଲ୍ଲାପାଳ, ଏସ୍ ପି, ଭୋଗରାଇ ତହସିଲଦାର ଏବଂ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ପୂର୍ବ ବୈଠକର ନିଷ୍ପତ୍ତି ଅନୁଯାୟୀ ପାରମ୍ପରିକ ରୀତିନୀତି ଅନୁସାରେ ବିଧିପାଳନ କରିବାକୁ ସ୍ଥିର ହୋଇଥିଲା ବେଳେ ସେହି ନିଷ୍ପତ୍ତି ଅନୁଯାୟୀ ଅନୁଷ୍ଠିତ ହେଉଛି ବାବା ଚନ୍ଦନେଶ୍ବରଙ୍କ ଚଡକପର୍ବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking