30.1 C
Bhubaneswar
Sunday, May 19, 2024
Homeଓଡିଶାଏପ୍ରିଲ ୩୦ ପରେ ହେବ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି

ଏପ୍ରିଲ ୩୦ ପରେ ହେବ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି

ଭୁବନେଶ୍ୱର : ଏପ୍ରିଲ ୩୦ ପରେ ହେବ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତି ହେବ , ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମନ୍ତ୍ରୀ କହୁଛନ୍ତି , ସରକାର ଚାହୁଁଛନ୍ତି ଛାତ୍ରଛାତ୍ରୀ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିଅନ୍ତୁ । ଆସନ୍ତା ୩୦ ଯାଏଁ ନବମ ଶ୍ରେଣୀ ପିଲାଙ୍କ ବିଦ୍ୟାଳୟ ବନ୍ଦ ରହିଛି । ତେବେ ନବମ ଶ୍ରେଣୀ ପିଲାଙ୍କ କୋର୍ସ ସରିଯାଇଛି ଏବଂ ଅଳ୍ପ ବାକି ଅଛି । ତେଣୁ ୩୦ ତାରିଖ ପରେ ପରବର୍ତ୍ତୀ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ବନ୍ଦ କରିଥିଲେ । ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ପାଠପଢା ବାତିଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking