30.1 C
Bhubaneswar
Monday, May 6, 2024
Homeଅପରାଧକୋରାଇ ପୋଲିସକୁ ବଡ଼ ସଫଳତା, ପୋଷ୍ଟମାଷ୍ଟ୍ର ଘରୁ ଲୁଟ ଘଟଣା ସମ୍ପୃକ୍ତ ଡକାୟତ ଧରାପଡ଼ିଲେ

କୋରାଇ ପୋଲିସକୁ ବଡ଼ ସଫଳତା, ପୋଷ୍ଟମାଷ୍ଟ୍ର ଘରୁ ଲୁଟ ଘଟଣା ସମ୍ପୃକ୍ତ ଡକାୟତ ଧରାପଡ଼ିଲେ

ଯାଜପୁର : ଗତ ୧୦ତାରିଖରେ କୋରାଇ ଥାନର ପଚିକୋଟ ଜିପିର ଲକ୍ଷ୍ମୀ ନଗର ଅଞ୍ଚଳରେ ରହୁଥିବା ପୋଷ୍ଟମାଷ୍ଟ୍ରର ଘରୁ ଲୁଟ କରିଥିବା ଲୁଟାରମାନଙ୍କୁ କୋରାଇ ପୋଲିସ ଅତି ଚତୁର ସହ ଧରିବାକୁ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ଲୁଟ ଜିନିଷଗୁଡିକ ଜବତ କରିଛି । ଲୁଟେରାମାନେ ଯାଜପୁର ରୋଡଥାନ ମୁଣ୍ଡମାଳର କୈଳାଶ ଦାସ (30), କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ଥାନର ତିଳଙ୍ଗ ଗ୍ରାମର ଚଟୁଆ ଦାସ
( 22), ବିକାଶ ଦାସ (30), ଓ ଯାଜପୁର ଟାଉନ ଥାନ କାପାସି ଗ୍ରାମର ଟୁଲୁ ଦାସ (35)ସେମାନଙ୍କ ଠାରୁ ଲୁଟ କରି ନେଇ ଥିବା ସୁନାଅଳଙ୍କାର, ନଗଦ ଟଙ୍କା, ରୁପା ମୋବାଇଲ ଫୋନ ଜବତ କରିଛି।ଥାନା ଅଧିକାର ରଂଜିତ ମହାନ୍ତି ଲୁଟେରାମାନଙ୍କୁ ଧରିବା ପାଇଁ ବିଭିନ୍ନ ସୋର୍ଷ ମୋବାଇଲ ଟ୍ରାକିଂ କରି ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କୁ ଶ୍ରୀମହାନ୍ତି ଜେରା କରି ସମସ୍ତ ତଥ୍ୟ ସଂଗ୍ରହ କରି ଲୁଟେରାମାନଙ୍କୁ ଧରିବା ପାଇଁ ସକ୍ଷମ ହୋଇଥିଲେ । ଲୁଟ ଜିନିଷ ଜବତ କରି ୪ଜଣ ଲୁଟେରା ନାମରେ ଏକ ମାମଲା ରୁଜୁ କରି ଯାଜପୁର ରୋଡକୁ ପଠାଇ ଥିଲେ । ଏହା କୋରାଇ ପୋଲିସ ପାଇଁ ବଡ଼ ସଫଳତା । ୭ଦିନ ମଧ୍ୟ୍ୟ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଥିବାରୁ ପୋଲିସ ପ୍ରଶଂସାର ପାତ୍ର ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking