39.1 C
Bhubaneswar
Friday, April 26, 2024
Homeଓଡିଶାନରସିଂହପୁର ସ୍ଥିତ ଧନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଖୁଦ୍ର ଚଳଚ୍ଚିତ୍ର '' ସମ୍ପର୍କର ବୋଝ ''

ନରସିଂହପୁର ସ୍ଥିତ ଧନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଖୁଦ୍ର ଚଳଚ୍ଚିତ୍ର ” ସମ୍ପର୍କର ବୋଝ ”

ଯାଜପୁର : ନରସିଂହପୁର ସ୍ଥିତ ଧନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଖୁଦ୍ର ଚଳଚ୍ଚିତ୍ର ” ସମ୍ପର୍କର ବୋଝ ”ର ସୁଟିଂ ଚାଲୁ ରହିଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ସମାଜକୁ ବାର୍ତା ଦେବା ପାଇଁ ଏମ.ବି ଟି.ଭି ପକ୍ଷରୁ ପ୍ରୟାସ କରାଯାଇଛି । ସମାଜରେ ବାପା – ମା’ମାନଙ୍କୁ ଅବହେଳିତ କରୁଥିବା ପିଲାମାନଙ୍କୁ ସଚେତନତା କରିବା ପାଇଁ ଏକ ସୁନ୍ଦର ପ୍ରୟାସ । ସାଧାରତ ପିଲାମାନେ ବାହାହେଲା ପରେ ବାପା – ମା’ଙ୍କ କଷ୍ଟକୁ ଭୁଳିଯାନ୍ତି । ଏହି ଚଳଚ୍ଚିତ୍ରରେ ନିର୍ଦେଶକ ସୁରେଶ ରାଜ ଓ ସଙ୍ଗୀତକୁ ସଜେଇଛନ୍ତି ଓଡ଼ିଶାର ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ । ଏ ଗୀତକୁ ଗାଇଛନ୍ତି ଶିଶୁ କଣ୍ଠଶିଳ୍ପୀ ମାଷ୍ଟର ଦେବେଶ୍ୱର ଓ ସତ୍ୟମ ସୁନ୍ଦର ଭାବେ ଗାଇଛନ୍ତି । ଏଥିରେ ଅଭିନୟ କରିଛନ୍ତି ପୂର୍ବତନ ସାଂସଦ ଅଞ୍ଚଳ ଦାସଙ୍କ ସମେତ ଯାଜପୁରର ବହୁ ପ୍ରତିଭାବାନ କଳାକାର ଅଭିନୟ କରିଛନ୍ତି । ଏହାକୁ ପରିଚାଳନା କରିଛନ୍ତି ପ୍ରଶାନ୍ତ ଗେଡି । ଏବଂ କ୍ୟାମେରାରେ sj ସାନୁ ଦଇତ୍ୟା ପରିବହନ କରିଛନ୍ତି ।ଶୂଟିଂ ଆରମ୍ଭ କରାଯାଇ ଖୁବ ଶୀଘ୍ର ରିଲିଜ ହେବ ବୋଲି ପ୍ରଯୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ନାରାୟଣ ଚୌଧୁରୀ, ଅଭିନେତା ସୂର୍ଯ୍ୟମଣି ପଣ୍ଡା, ସମାଜ ସେବୀ ବସୁ ଦାଶ, ଗୀତିକାର ନଳିନୀ ପ୍ରଭା ଦାସ,ଅଭିନେତା ପିଣ୍ଟୁ, ମାମୁନି, ଶିଶୁ କଳାକାର ବାବୁ ଓ ଇଉନିଅନ ବ୍ୟାଙ୍କ ର ଜେନେରାଲ ମ୍ୟାନେଜର ରମାକାନ୍ତ ପ୍ରଧାନ ଏଥିରେ ଅଭିନୟ କରିଛନ୍ତି । କାହାଣୀ ଓ ସଂଳାପ ଶ୍ରୀକାନ୍ତ ସୀମା ଓ ସାମ୍ବାଦିକ ଭରତନାୟକ, ମାନସୀ ପରିଡ଼ା ଏବଂ କ୍ୟାମେରା sj ସାନୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking