ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡି ର ମିଶ୍ରଣ ପର୍ବ

ଯାଜପୁର.. ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ । ମଣ୍ଡଳୀର ଦାନଗଦି ବ୍ଲକ ନଡିଆଭଙ୍ଗା ପଞ୍ଚାୟତରେ ରବିବାର BJDର ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଛି । ଧନଜୟପୁର ଗାଁର ମହିଳାଙ୍କ ସମେତ ଅନେକ BJP ସମର୍ଥକ ଔପଚାରିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଦଳରେ ବହୁ ଆଗରୁ ମିଶିବାକୁ ଇଚ୍ଛୁକ ଥିବା ଏହି ବ୍ୟକ୍ତିମାନଙ୍କ ଯୋଗଦାନ ଫଳରେ BJD ଅଧିକ ମଜଭୁତ ହେଲା ବୋଲି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି। ମିଶ୍ରଣ ପର୍ବରେ କରୋନା କଟକଣାକୁ ସମ୍ମାନ ଦେବା ସହ ସାମାଜିକ ଦୂରତାକୁ ପ୍ରାଥମିକିତା ଦିଆଯାଇଛି। ବିଧାୟକ ଶ୍ରୀ ଘଡେ଼ଇ ବିଜେଡ଼ି ଦଳକୁ ସୁଦୁଢ କରିବା ପାଇଁ ତୁଣମୂଳରୁ ସଙ୍ଘଟନ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here