ହୃଦଘାତରେ ୟୁଏଇରେ ଓଡ଼ିଆ ଯୁବକଙ୍କ ବିୟୋଗ

ଯାଜପୁର : ଯାଜପୁର ଟାଉନ ନିବାସୀ କଶଫୁଲା ହୁଦା ଙ୍କ ତା ୨୫.୯. ୨0 ରିଖ ୟୁଏଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ହୃଦଘାତ ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ 48 ବର୍ଷ ହୋଇଥିଲା ସେ ୟୁ.ଏ.ଇ ସ୍ଥିତ ଏକ ଘରୋଇ କମ୍ପାନୀରେ ଦୀର୍ଘ ୩0 ବର୍ଷ କାର୍ଯ୍ୟ କରିଆସୁଥିଲେ । ମିଳିଥିବା ସୂଚନା ଅନୁଯାଇ ତାଙ୍କ ପତ୍ନୀ ଯାଜପୁର ତହସିଲଦାର ମଧ୍ୟରେ ଏକ ଲିଖିତ ପତ୍ର ୟୁଏଇ ରାଷ୍ଟ୍ରଦୂତଙ୍କୁ ଇସ୍ଲାମିକ ରୀତିନୀତି ଅନୁଯାଇ କବର ଦେବା ସହ କାର୍ଯ୍ୟ କରୁଥିବା କମ୍ପାନୀରେ ତାଙ୍କ ଵାକୟା ରାଶି ଦେବା ପାଇଁ ଅନୁରୋଧ କରିଛନ୍ତି । ତାଙ୍କ ପରଲୋକର ସୂଚନା ପାଇଁ ଯାଜପୁର ରାଣୀରାମଚନ୍ଦ୍ରପୁର ଠାରେ ଶୋକ ଛାୟା ଖେଳିଯିବା ସହ ତାଙ୍କ ବାଲ୍ୟ କାଳ ବନ୍ଧୁ ତଥା ଆଇନଜୀବି ଯଯାତି ପଣ୍ଡା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here