25.1 C
Bhubaneswar
Thursday, May 9, 2024
Homeଓଡିଶାଉତ୍ତରାଖଣ୍ଡରେ କରୋନା ସଚେତନତାର ଏକପଞ୍ଚାଶତଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ ଓ ସମାଜ ସେବା

ଉତ୍ତରାଖଣ୍ଡରେ କରୋନା ସଚେତନତାର ଏକପଞ୍ଚାଶତଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ ଓ ସମାଜ ସେବା

ଯାଜପୁର : ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୫୧ଦିନ ଧରି ଜାରିରଖିଛି ତା’ର ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ । ଆଜି ଉତ୍ତର ଭାରତର ଉତ୍ତରାଖଣ୍ଡ ରାଜ୍ୟ ଶାଖା କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ସଚେତନଧର୍ମୀ ସାମାଜିକ ଗୀତିନାଟ୍ୟ ସାଂସ୍କୃତିକ ସଙ୍ଗୀତ ଆଦି ପରିବେଷଣ ସହ ରିଲିଫ ବଣ୍ଟନ ସହ ରାସ୍ତା ସଫାଇ ଭଳି ବହୁ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାର ଦେଖିବାକୁ ମିଳିଥିଲା।
ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦେଶ କ୍ରମେ ଉତ୍ତରାଖଣ୍ଡ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ସନ୍ଦୀପ ଖଣ୍ଡୁଆଲଙ୍କ ନେତୃତ୍ୱରେ ଶ୍ରୀଯୁକ୍ତ ବିଜେନ୍ଦର ଖଣ୍ତବାଲ, ରାହୁଲ, ପୁଷ୍ପେନ୍ଦ୍ର, ଆୟୁଷ, ପରବିନ, ଗୋରଖ,ଶୋରଖ, ସୌକର ଏବଂ ଗାଁ ମୁଖିଆ ଉଷା ଦେବୀଙ୍କ ସହିତ ଉତ୍ତରାଖଣ୍ଡ ରାଜ୍ୟର ପାସ୍ତାମାଲା, ବୃନ୍ଦାକୋଟ ଆଦି ବିଭିନ୍ନ ସ୍ଥାନମାନଙ୍କରେ ବୁଲି ବୁଲି ଏହି ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କରୁଥିବାର ଦେଖିବାକୁ ମିଳିଥିଲା। ବିଶ୍ଵରୁ ମହାମାରୀ କରୋନାର ବିନାଶ ନହେବାଯାଏ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।ଏଥିରେ କାର୍ଯ୍ୟକ୍ରମର ପ୍ରକଳ୍ପ ସଂଯୋଜକ ଭାବେ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାରଙ୍କ ସହ ଅନୁଷ୍ଠାନ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ସହଯୋଗକରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ସହାୟତା ଯୋଗାଇ ଆସୁଥିବାର ଜଣାଯାଇଅଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking