32.1 C
Bhubaneswar
Saturday, May 4, 2024
Homeଓଡିଶାଚୋରା ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ଜୀବନ ଗଲା

ଚୋରା ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ଜୀବନ ଗଲା

ଯାଜପୁର : ଚୋରା ମଦ ବିକ୍ରିକୁ ବିରୋଧ କରିବାରୁ ଜୀବନ ଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମ ପଂଚାୟତ ବରେଇ ଗ୍ରାମରେ, ସୂଚନାରୁ ପ୍ରକାଶ, ବରେଇ ଗ୍ରାମର ବିଜୟ ଜେନା ନାମକ ଜଣେ ଯୁବକ ଦୀର୍ଘ ଦିନ ହେବ ଉକ୍ତ ଗ୍ରାମରେ ଚୋରା ମଦ କାରବାର କରିଆସୁଥିଲା । ତେବେ ଉକ୍ତ ଚୋରା ମଦ କାରବାରକୁ ବିରୋଧ କରିଥିଲେ ଗ୍ରାମର କିଛି ମହିଳା । ଏହି ବିରୋଧକୁ କେନ୍ଦ୍ର କରି ମଙ୍ଗଳପୁର ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉକ୍ତ ଚୋରା କାରବାର ଉପରେ ରୋକ ଲଗାଇଥିଲା ପୋଲିସ । ତେବେ ଏହି ଘଟଣାରେ ଉତକ୍ଷିପ୍ତ ହୋଇପଡ଼ି ବିଜୟ ରବିବାର ଦିନ ମରଣାତ୍ମକ ଆକ୍ରମଣ କରିବା ସହ ବଡ଼ ବଡ଼ ଢେଲା ପଥର ମାଡ଼ କରିଥିଲା ଲକ୍ଷ୍ମୀ ଜେନାଙ୍କୁ । ଏଥିରେ ଲକ୍ଷ୍ମୀ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ ଅଧିକ ଚିକତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ରବିବାର ରାତିରେ ଲକ୍ଷ୍ମୀ ମେଡିକାଲରେ ମୃତ୍ୟୁ ବରଣ କରିବାର ଖବର ପାଇ ମଙ୍ଗଳପୁର ଥାନାର ଆଇଆଇସି ଅସିତ ରଂଜନ ମହାନ୍ତି ଅଭିଯୁକ୍ତ ବିଜୟକୁ ବିଳମ୍ବିତ ରାତ୍ରିରେ ଗିରଫ କରିଥିବାର ଖବର ମିଳିଛି।
ଅନ୍ୟ ପଟରେ ଏହି ଚୋରା ମଦ କାରବାର ବିରିପଟା ଗ୍ରାମର ଅଶ୍ୱିନୀ ସେନାପତି ନାମକ ଜୈନେକ ବ୍ୟକ୍ତିଙ୍କ ପ୍ରରୋଚନା ତଥା ସହଯୋଗରେ ହେଉଥିବାରୁ ଅଶ୍ୱିନୀଙ୍କୁ ମଧ୍ୟ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking