34.1 C
Bhubaneswar
Saturday, May 18, 2024
Homeଓଡିଶାଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଗଡ ଠାରେ ପ୍ରସ୍ତାବିତ କୋଭିଡ ସ୍ମଶାନ ନ କରିବାକୁ ଦାବି 

ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଗଡ ଠାରେ ପ୍ରସ୍ତାବିତ କୋଭିଡ ସ୍ମଶାନ ନ କରିବାକୁ ଦାବି 

ଯାଜପୁର : ମହାମାରୀ କରୋନାରେ ଭୟଙ୍କର ଭାବେ ସଂକ୍ରମିତ ହେବା ଓ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟାଟା କୋଭିଡ ହସ୍ପିଟାଲରେ ମୃତ୍ୟୁବରଣ କରୁଥିବା କରୋନା ରୋଗୀଙ୍କ ଶବକୁ ସ୍ଥାନୀୟ ନୟାଗଡ ମୌଜାରେ ଏକ ସ୍ମଶାନ କରିବାକୁ ସ୍ଥାନ ନିରୂପଣ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବହୁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି  । ଜିଲ୍ଲା ପ୍ରଶାସନ ଶିଳ୍ପପତି ମାନଙ୍କୁ କାରଖାନା କରିବା ନିମନ୍ତେ ଜଙ୍ଗଲ କିସମ ଜମି ଅଧିଗହନ କରି କାରଖାନା କରିବାକୁ ଅନୁମତି ଦେଉଥିବା ବେଳେ ଜାତୀୟ ରାଜପଥ ଓ ବ୍ୟାସନଗର ପୌରାଞ୍ଚଳକୁ ଲାଗିଥିବା ଏହି ସ୍ଥାନ ପ୍ରଯୁଜ୍ୟ ନୁହେଁ ବୋଲି ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ଦଳିତ ସେଲ ବାବୁଲାଲ ଗୁରୁ, ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମିଶ୍ର, ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସି ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଘୁନାଥ ମାଝୀ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ବିଜୟ କୁମାର ବୋଇତାଇ, ପଦ୍ମନାଭ ନାୟକ, ଚନ୍ଦ୍ରକାନ୍ତ ଖଣ୍ଡାଇ ସି ଆଇ ଟି ୟୁ ର ଧୀରେନ୍ଦ୍ର ବେହେରା ପ୍ରମୁଖ ଜିଲ୍ଲା ପ୍ରଶାସନ ଟାଟା କୋଭିଡ ହସ୍ପିଟାଲକୁ ଲାଗିଥିବା ନଦୀକୂଳ ଅଞ୍ଚଳର ବହୁ ସରକାରୀ ଜାଗା ନିରୂପଣ ନ କରିବା ଓ ବିଶେଷ କରି “ନୂଆଗଡ “ଗୁମ୍ଫା ଏକ ଆଇତିହାସିକ ସଂସ୍କୃତି ସ୍ଥଳ ଓ ଏହାର କିମ୍ବଦନ୍ତୀ ପ୍ରମାଣିତ ହୋଇଥିବା ବେଳେ ଏହି ଭଳି ଏକ ଜନବିରୋଧ ନିଷ୍ପତି କୋରେଇ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା ନ କରି ଏକ ତରଫା ନିଷ୍ପତିକୁ ଯଦି କାର୍ଯ୍ୟକାରୀ କରାଯାଏ ମିଳିତ ମଞ୍ଚ ପକ୍ଷରୁ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking