30.1 C
Bhubaneswar
Saturday, May 4, 2024
Homeଓଡିଶାଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବନ୍ଦ ପଡିଛି ବିରଜା ଅଏଲ ମିଲ

ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବନ୍ଦ ପଡିଛି ବିରଜା ଅଏଲ ମିଲ

ଯାଜପୁର  : ସ୍ଥାନୀୟ ଅଂଚଳର ଚାହିଦା ଏବଂ ବେକାରଙ୍କୁ ନିଯୁକ୍ତ ଦେବା ଉଦ୍ଦେଶ୍ୟରେ ଯାଜପୁରରେ ପ୍ରତିଷ୍ଠା ହୋଇଥିଲା ବିରଜା ଅଏଲ ମିଲ । ଏହାକୁ ଲାଗି ଏକା ସଂଗେ ଆରମ୍ଭ ହୋଇଥିଲା କାଷ୍ଠ ଶିଳ୍ପ ଏବଂ ଲୌହ କାରଖାନା । ରାଜ୍ୟସରକାରଙ୍କ କ୍ଷୁଦ୍ର ଶିଳ୍ପ ଯୋଜନାରେ ଏହି କାରଖାନା ଗୁଡିକ ଚାଲିବା ପରେ ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବନ୍ଦ ପଡିଛି ଏହି କାରଖାନା । ନା ଏହି କାରଖାନାକୁ ପୁନଃଉଦ୍ଧାର କରିବାକୁ ସରକାର ଆଗ୍ରହ ଦେଖାଉଛନ୍ତି ନା ଏହାର ରକ୍ଷଣାବେକ୍ଷଣ କରାଯାଉଛି । କିନ୍ତୁ ଯାଜପୁର ସହରର ପେଣ୍ଠସ୍ଥଳିର ୩ ଏକରରୁ ଉର୍ଦ୍ଧ ଜାଗା ଉପରେ ରହିଛି ଜମି ମାପିଂଆଙ୍କ ନଜର । କାରଖାନାରେ ଲାଗିଥିବା ଯନ୍ତ୍ରାଂଶକୁ ଲୁଟିବା ସହିତ ଜାଗା ଜବରଦଖଲ କରିବା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଏହି କାରଖାନାର ପୁନଃଉଦ୍ଧାର ପାଇଁ ଆମେ ରାଜ୍ୟସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛୁ ବୋଲି ଜିଲାପାଳ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking