39.1 C
Bhubaneswar
Friday, April 26, 2024
Homeଓଡିଶାଖାଉଟି ସାମଗ୍ରୀ ବଣ୍ଟନ ରେ ଅନିଅମାତ ପାଇଁ ୧୮ ଜଣ ରିଟେଲର   ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଖାଉଟି ସାମଗ୍ରୀ ବଣ୍ଟନ ରେ ଅନିଅମାତ ପାଇଁ ୧୮ ଜଣ ରିଟେଲର   ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଯାଜପୁର :  ଅତ୍ୟାବଶକ ଖାଉଟି ସାମଗ୍ରୀ ବଣ୍ଟନ ରେ  ଅନିୟମିତତା  ଏବଂ ଅସାଧୁତା ପାଇଁ ୧୮ ଜଣ ରିଟେଲର ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି !ଯାଜପୁର ଜିଲ୍ଲା ରେ କେତେକ ବ୍ଲକ ରେ ଖାଉଟି ସାମଗ୍ରୀ ର ସୁଷମ ବଣ୍ଟନ ଯେଉଁ ପରି ଅନିୟମିତତା  ଅଭିଯୋଗ ହେଵା ପରେ  ଜିଲ୍ଲା ପାଳ ରଞ୍ଜନ କୁମାର ଦାସ ଏହା ର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ !ସେହି ନିର୍ଦେଶ ଆଧାରରେ ଉପ ଜିଲ୍ଲା ପାଳ ନାରାୟଣ ଚନ୍ଦ୍ର ଧଳ ଏକ ତଦନ୍ତ କରାଇବା ପରେ ୧୮ ଜଣ ରିଟେଲର ଙ୍କ ବିରୁଦ୍ଧ ରେ ଅନିୟମିତତା ର ସତ୍ୟତା ପରିଲକ୍ଷିତ ହୋଇଥିଲା !ତେଣୁ ଶ୍ରୀ ଧଳ ୮ ଜଣ ରିଟେଲର ଙ୍କୁ ନିଲମ୍ବନ କରିବା ପରେ ଅନ୍ୟ ୧0 ଜଣ ଙ୍କ କୋଟା କୁ ସ୍ଥଗିତ ରଖିବା ପାଇଁ ଆଦେଶ କରିଛନ୍ତି “ବଡ଼ଚଣା ବ୍ଲକ ର ଶାଳପଡା ପଞ୍ଚାୟତ ର ଶାଳପଡା ରିଟେଲର, ବରୀ ବ୍ଲକ ର ଧାରପୁର ପଞ୍ଚଯାତ ର ନାଥପୁର ରିଟେଲର, ଦାନଗଦି ବ୍ଲକ ଉଚ୍ଚବାଲି ପଞ୍ଚାୟତ ର ଉଚ୍ଚବାଲି ରିଟେଲର, ଧର୍ମଶାଳା ବ୍ଲକ ର ଆରୁହା ପଞ୍ଚାୟତ ର କୋଲ୍ହ ରିଟେଲର, କୋରାଇ ବ୍ଲକ ର ଜହାଁ ପଞ୍ଚାୟତ ଛୋଟରା ପୁର ରିଟେଲର, ଗୌରୀପୁର ପଞ୍ଚାୟତ ର ମଙ୍ଗଳପୁର ରିଟେଲର, ଏବଂ ସୁକିନ୍ଦା ବ୍ଲକ ର ଦୁଧୁଝରି ପଞ୍ଚାୟତ ର ଦାମୋଦପୁର ରିଟେଲର ଙ୍କୁ ନିଲମ୍ବନ କରାଯାଇଛି !ସେହିପରି ଯାଜପୁର ବ୍ଲକ ର ଅରଖପୁର, ଛାତିଶସ ଡେବିଲି,ଛତିଶ ଡେବିଲି ର ଇସିପୁର, ସିମିଳିଆ, ଝାଲପଡା  ଖାଇରାବାଦ, ପଣସା  ବରୀ ବ୍ଲକ ର ବିଳିବିଲ, କୋରାଇ ବ୍ଲକ ର ଅଲରୀ ପଂଚାୟତ ର ରଗଡି ଓ କିଆପଡା ରିଟେଲର କୋଟା କୁ ସ୍ଥଗିତ ରଖାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଧଳ ଆଦେଶ କରିଛନ୍ତି !

କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା


 

ପ୍ରକୃତ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କୁ ନିଜକର୍ମ କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ବ୍ୟାସନଗର ର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ “କ୍ଲବ ଦି ୟୁଥମାସ” ପକ୍ଷରୁ  ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ  ସ୍ତାନୀୟ ବ୍ୟାସନଗର ମୁନିସିପାଲିଟି କାର୍ଯ୍ୟଳୟ  ଓ ବ୍ୟାସନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇ ଯାଇଛି |
ମହାମାରୀ କରୋନା ଭୟରେ ଲୋକମାନେ ଘରୁ ପଦାକୁ ବାହାରୁ ନଥିବା ବେଳେ ବ୍ୟାସନଗର ମୁନିସିପାଲିଟିରେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଦୀର୍ଘଦିନ ହେବ ସଫେଇ କାମ କରୁଥିବା କର୍ମଚାରୀ ମାନେ ପୂର୍ବ ଦିନ ଭଳି ସେମାନେ ନିଜର କାମ କରୁଥିଲେ | ନିଜକୁ ବିପଦ ମୁଖକୁ ଠେଲି ଏହି ସମାଜକୁ ସ୍ୱଚ୍ଛ ରଖି କରୋନା ସହ ସଂଘର୍ଷ କରି କରୋନା ମୁକ୍ତ କରିବା ପାଇଁ ଏହି ସଫେଇ କର୍ମଚାରୀ ମାନେ ସଦାସର୍ବଦା ଚେଷ୍ଟିତ | ଏହି ସଫେଇ କର୍ମଚାରୀ ଙ୍କୁ  ଓ ମେଡ଼ିକାଲ ରେ ଥିବା ପୋଲିସ ଫାଣ୍ଡି କର୍ମଚାରୀ ଙ୍କୁ ଉତ୍ସାହିତ କରିବାପାଇଁ  ଆଜି ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା କ୍ଲବ ର ସଦସ୍ୟମାନେ ହେଲେ ଯୁବ ସମାଜସେବୀ ରାଜେଶ କୁମାର ରାଉତ,ପ୍ରକାଶ କୁମାର ଜେନା,ଉତ୍କଳ ଜେନା,ଅଜିତ ପରିଡା,ସନ୍ତୋଷ ରାଉତ,ରଞ୍ଜନ ମଲିକ, ଅସିତ ଦାସ,ଯାଜ୍ଞାଦତ ତ୍ରିପାଠୀ, ବିଜୟ ସାହୁ,ପୀତବାସ ପାତ୍ର,ରଞ୍ଜନ ,ହରବିନ୍ଦର ସିଂ,ସମରେନ୍ଦ୍ର ବେହେରା, କୁନୁ ମଟାଣିଆ |
-ରିପୋର୍ଟ ଅଭିମନ୍ୟୁ ମିଶ୍ର 
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking