34.1 C
Bhubaneswar
Friday, March 29, 2024
Homeଓଡିଶାକିପରି କରାଯାଏ ବସୁମତୀ ସ୍ନାନ

କିପରି କରାଯାଏ ବସୁମତୀ ସ୍ନାନ

ଭୁବନେଶ୍ୱର: ତିନି ଦିନ ଧରି ପାଳନ ହେଉଥିବା ରଜ ହେଉଛି ଓଡିଶାର ଏକ ଅନନ୍ୟ ଏବଂ ନିଆରା ପର୍ବ । ପ୍ରତିବର୍ଷ ଏହାକୁ ପାଳନ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ରଜ ଦିନ ପୂର୍ବରୁ ଝିଅମାନେ ନିଜକୁ ସଜବାଜ କରନ୍ତି । ପାଦରେ ଅଳତା ଲଗାଇ ହାତରେ ମେହେନ୍ଦୀ ଲଗାଇ ସୁସଜ୍ଜିତ ହେବା ସହ ରଜରରେ କଣ ସବୁ କରିବେ ସେଥିନେଇ ଯୋଜନା କରନ୍ତି । ମା ମାନେ ମଧ୍ୟ ରଜ ତିନି ଦିନ ପିଠା ପଣା କରିଥାନ୍ତି । କାହିଁ କେଉଁ କାଳରୁ ରହିଥିବା ଏହି ପର୍ବ ଆଜି ବି ପାଳନ ହୋଇ ଆସୁଛି । ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂଦାହ କୁହାଯାଏ । ସେହିଭଳି ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ ।

ପୌରାଣିକ କଥା ଅନୁସାରେ, ନାରାୟଣଙ୍କ ପତ୍ନୀ ମହାଲକ୍ଷ୍‌ମୀ ଏହି ତିନି ଦିନ ରଜମତୀ ହୋଇଥାନ୍ତି । ସେଥିପାଇଁ ମା ବସୁଧା କୁ କେହି କଷ୍ଟ ଦିଅନ୍ତି ନାହିଁ । ଯେମିତିକି ଖାଲି ପାଦରେ ଭୂଇଁରେ ଚାଲିବାକୁ ବାରଣ କରାଯାଏ । ଝିଅମାନେ ନୂଆ ବସ୍ତ୍ର ପରିଧାନ କରି ପୋଡ ପିଠା ଓ ରଜ ପାନ ଖାଇ ଝୁଲାରେ ଝୁଲିଥାନ୍ତି । ରଜରେ ଝିଅମାନଙ୍କୁ କୌଣସି କାମ କରିବାକୁ ଦିଆଯାଏ ନାହିଁ । ଆଉ ବସୁମତୀ ଗାଧୁଆ ଦିନ ମହିଳାମାନେ ସକାଳୁ ଉଠି ଶିଳପୁଆକୁ ପୂଜା କରିଥାନ୍ତି । ହଳଦୀ ପାଣିରେ ଗାଧୋଇ ଦେବା ସହ ଫୁଲ ଚନ୍ଦନ ସିନ୍ଦୁର ଦେଇ ପୂଜା କରିଥାନ୍ତି । ଖାଲି ଏତିକି ନୁହେଁ ବରଂ ଫୁଲ ଫଳ ଦେଇ ପୂଜା ମଧ୍ୟ କରିଥାନ୍ତି ।

ସେଥିପାଇଁ ରଜ ତିନିଦିନ ଯାକ ଶିଳରେ ମସଲା ବଟାଯାଏ ନାହିଁ । ଆଉ ରନ୍ଧା ଖାଦ୍ୟ ନଖାଇ କେବଳ ପିଠା ହିଁ ଖିଆଯାଏ । ତିନି ଦିନ ପୂର୍ବରୁ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଏହି ପର୍ବଟି ଖାସ୍ କରି ଅବିବାହିତ ଏବଂ ନୂଆ କରି ମା ହୋଇଥିବା ମହିଳା ମାନଙ୍କ ପାଇଁ ଆନନ୍ଦର ଦିନ ହୋଇଥାଏ । ଯୁବତୀମାନଙ୍କୁ ଛାଡିଦେଲେ ପୁରୁଷମାନେ ବି ରଜକୁ ଉପଭୋଗ କରିଥାନ୍ତି । ବିଭିନ୍ନ ପ୍ରକାଳ ଖେଳ ଖେଳି ସେମାନେ ଏହାର ମଜା ନେଇଥାନ୍ତି । ବିଶେଷ ଭାବରେ କବାଡି ଖେଳ ପୁରୁଷମାନେ ଖେଳିଥାନ୍ତି । ମାସିକ ଧର୍ମ ସମୟରେ ମହିଳାମାନଙ୍କୁ ଯେପରି କୌଣସି କାମ କରିବାକୁ ଦିଆଯାଏ ନାହିଁ, ଠିକ ସେହିପରି ବସୁମତୀ ମାଙ୍କୁ ବି ଆରାମ ଦିଆଯାଏ । ଫଳ ସ୍ୱରୂପ କୃଷକମାନେ ବି କୌଣସି ପ୍ରକାର କୃଷି କାର୍ଯ୍ୟ କରନ୍ତି ନାହିଁ । ଓଡିଶାରେ ଏହାକୁ ବେଶ୍ ଧୂମଧାମରେ ପାଳନ କରାଯାଇଥାଏ ।
ବିଶେଷ କରି ରଜରେ ରଜପାନ ର ମଜା ସଂପୂର୍ଣ୍ଣ ନିଆରା ହୋଇଥାଏ । ଏସବୁ ବାଦ୍ ପ୍ରାୟ ସବୁ ସ୍ଥାନରେ ଦୋଳି କରାଯାଇଥାଏ । ଏହିପରି ଭାବେ ଯୁବତୀମାନେ ରଜ ପର୍ବ ପାଳନ କରିବା ସହ ବସୁମତୀ ସ୍ନାନ କରାଯାଇଥାଏ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking