38.1 C
Bhubaneswar
Friday, April 26, 2024
Homeଓଡିଶାପ୍ରବାସୀଙ୍କ ପଞ୍ଜିକରଣ ସହ କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ

ପ୍ରବାସୀଙ୍କ ପଞ୍ଜିକରଣ ସହ କ୍ୱାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ

ଯାଜପୁର : ଜିଲ୍ଲା ରେଡ ଜୋନ ଘୋଷଣା ହୋଇଛି | ସାମାଜିକ ଦୂରତା କଡ଼ା କଡ଼ି ପାଲନ ପାଇଁ ଜିଲ୍ଲା ପ୍ରସାଶନ ନିର୍ଦେଶ ଦେଇଛି | କରୋନା ମହାମାରୀରେ ଜିଲ୍ଲା ଏବେ ରାଜ୍ୟରେ ପ୍ରଥମ | ଆକ୍ରାନ୍ତଙ୍କ ସଂଖ୍ୟ ୪୮ରେ ପହଂଚିଛି | ପଶ୍ଚିମବଙ୍ଗରୁ ଆସୁଥିବା ଲୋକମାନେ କରୋନା ମହାମାରୀ କୁ କୋଲକତା ରୁ ଯାଜପୁର କୁ ଡାକିଆଣିଛନ୍ତି ! ଏମାନେ ବିଭିନ୍ନ ଗଳା ବାଟ ରେ ଆସି ଘରେ ରହିଛନ୍ତି ! ଯାଜପୁର ଜିଲ୍ଲା ପ୍ରଶାସନ ସେମାନଙ୍କୁ କାବୁ କରିବା ପାଇଁ ଠାବ କରୁଛନ୍ତି ! ସେମାନେ କଲିକତାରୁ ଆସି ସଠିପୁର ଓ ପାଣିକୋଇଲି ରେ ଓଲ୍ଲାହାଇ ବିଭିନ୍ନ ଉପାୟ ରେ ଗାଁ କୁ ଯାଇ ପରିବାର ଓ ବନ୍ଧୁ ମାନଙ୍କ ସହ ମିଶିବା ଫଳରେ ସଂକ୍ରମିତ କରିଛନ୍ତି | ଏହା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କୁ ମୁଣ୍ଡ ବ୍ୟଥା କାରଣ ହୋଇଛି !ପୋଲିସ ସେମାନଙ୍କୁ ଠାବ କରି କ୍ୱାରେନଟାଇନ ରେ ରଖିବା ସହ ସେମାନଙ୍କ ଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଉଛି ! ସେମାନଙ୍କ ରକ୍ତ ନମୁନା ରେ କରୋନା ପଜିଟିଭ ବାହାରିବାରୁ ସମଗ୍ର ଜିଲ୍ଲା ବାସି ଆତଙ୍କିତ ହୋଇ ଛନ୍ତି !ଜିଲ୍ଲା ପ୍ରଶାସନ ପକ୍ଷ ରୁ ସେମାନଙ୍କୁ ଚି଼ହ୍ନଟ କରି ବିଭିନ୍ନ କୋଭିଡ-୧୯ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଉଛନ୍ତି !ପ୍ରଥମେ ସେମାନଙ୍କୁ ଚି଼ହ୍ନଟ କରି କ୍ୱାରନଟାଇନ ସେଣ୍ଟର ରେ ରଖିଲେ ଏକ ବଡ଼ ବିପତି ଟଳିଯାଇଥାନ୍ତା | ପ୍ରଶାସନ ଓ ପୋଲିସ ସମନ୍ଵୟ ଅଭାବରୁ ଏପରି ଭୟାବହ ସୃଷ୍ଟି ହୋଇଛି ବୋଲି ବିଭିନ୍ନ ବୁଦ୍ଧିଯିବି କହିଛନ୍ତି ! ଜିଲ୍ଲା ରେ ପ୍ରୟ 90 ଭାଗ ଲୋକ ଲକଡାଉନ ଓ ସଟ ଡାଉନ କୁ କଡ଼ା କଡ଼ି ଭାବେ ମାନି ଘରେ ରହୁଛନ୍ତି !କିନ୍ତୁ କେତେକ ଆମାନିଆ, ବିଶୃଙ୍ଖଳିତ ରୋଡ ରୋମିଓକୁ ପୋଲିସ ପ୍ରଶାସନ ସାବଡ଼ କରି ବାଟ କୁ ଆଣିଛି | କିନ୍ତୁ ବେଙ୍ଗଲ ଫେରନ୍ତା ମାନେ ଏବେ ମଧ୍ୟ ଲୁଚି ଛପି ରହୁଛନ୍ତି |ଏହା ଜିଲ୍ଲା ପ୍ରଶାସନ ର ମୁଣ୍ଡ ବ୍ୟଥା ର କାରଣ ହୋଇଛି ! ବରିଷ୍ଠ ଆଇଏଏସ ଅଫିସର ତଥା ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ଆସି ଜିଲ୍ଲା ରେ କରୋନା କୁ ପ୍ରତିହତ କରିବା ପାଇଁ ଜିଲ୍ଲା ର ବିଭିନ୍ନ ଅଂଚଳ କୁ ଯାଇ ତନା ଘନା ସହ କ୍ୱାରେଣ୍ଟାଇନ ସେଣ୍ଟର କୁ ପରିଦର୍ଶନ କରିଛନ୍ତି !ଜିଲ୍ଲା ପାଳ ଓ ଏସପି ମଧ୍ୟ ରେ ସମନୟ ର ଅଭାବ ପଦା କୁ ଆସିଛି ! ଯାଜପୁର ଜିଲ୍ଲା ରେ ଏହି ରୋଗ ଭୟାବହତା ଦିନ କୁ ଦିନ ବଢ଼ି ଚାଲିଛି !ପୋଲିସ ଦେଖିବା କୁ ମିଳୁନାହାନ୍ତି ଓ ପୋଲିସ କାର୍ଯ୍ୟ କୁ ଲୋକ ମାନେ ସମାଲୋଚନା କରୁଛନ୍ତି !ଜିଲ୍ଲାପାଳ ରାତି ଦିନ ଏକ କରି କାର୍ଯ୍ୟ କରୁଛନ୍ତି, କିନ୍ତୁ ଏସପି ବିଶେଷ ଭାବେ କାର୍ଯ୍ୟ କରୁନଥିବାରୁ କିଛି ବୁଦ୍ଧିଯିବି ମତ ଦେଇଛନ୍ତି | କ୍ୱାରେଣ୍ଟାଇନ ସେଣ୍ଟର ରେ ପୋଲିସ ମୁତୟନ ହେଉ | କାରଣ କ୍ୱାରେଣ୍ଟାଇନ ସେଣ୍ଟର ରେ
ରହୁଥିବା ବେଙ୍ଗଲ ଫେରନ୍ତା ଲୁଚି ଛପି ମାର୍କେଟ ଓ ଘର ଲୋକ ଙ୍କ ସହ ମିଶିବା ର ସୂଚନା ମିଳୁଛି !କୋଲକତା ଫେରନ୍ତା ଲୋକଙ୍କ ଠାରୁ ଆହୁରି +ve ବାହାରିଵା ର ଆଶଙ୍କା କରାଯାଉଛି ! ବାହାର ରାଜ୍ୟ ବା ଜିଲ୍ଲାରୁ ଆସୁଥିବା ବ୍ୟକ୍ତିଙ୍କ ନାମ ପଞ୍ଜିକରଣ କରାଇ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯିବ, ଯଦି କୋଣସି ବ୍ୟକ୍ତି ଏହାର ଉଲଘଂନ କରନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଯାଜପୁର ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ ଅଧିକାରୀ ହେମନ୍ତ କୁମାର ଶର୍ମା ସତର୍କ କରାଇଛନ୍ତି । ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବାବେଳେ ସେମାନଙ୍କର ମଧ୍ୟ ଦାୟିତ୍ୱ ବଢ଼ିଯାଇଛି । ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପଞ୍ଜିକରଣ ସହ ରହିବାସ୍ଥଳ, ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ, ରନ୍ଧାଖାଦ୍ୟ, ସୁରକ୍ଷା, ଚିକିତ୍ସା ଇତ୍ୟାଦି ପାଇଁ ମଧ୍ୟ ସେମାନେ ଉତ୍ତରଦାୟୀ ରହିବେ । ରିପୋର୍ଟ- ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking