40.1 C
Bhubaneswar
Thursday, April 25, 2024
Homeଓଡିଶାଘରକୁ ଫେରୁଥିବା ଶ୍ରମିକଙ୍କ ରେଳଭଡ଼ା ଦେବ କଂଗ୍ରେସ : ସୋନିଆ

ଘରକୁ ଫେରୁଥିବା ଶ୍ରମିକଙ୍କ ରେଳଭଡ଼ା ଦେବ କଂଗ୍ରେସ : ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରବାସୀମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ଟ୍ରେନରେ ଆସିବା ଲାଗି ଏ ବାବଦରେ ହେଉଥିବା ଖର୍ଚ୍ଚ ତାଙ୍କ ଦଳ ବହନ କରିବ ବୋଲି ଘୋଷଣା କରିଛନ୍ତି । ଏଥିନେଇ ସେ ବିଭିନ୍ନ ରାଜ୍ୟର ପିସିସି ସଭାପତିମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମାନ ଦେଇଛନ୍ତି । ସମ୍ପୃକ୍ତ ରାଜ୍ୟରେ କଂଗ୍ରେସ କମିଟି ପ୍ରବାସୀମାନଙ୍କ ସହ ଯୋଗାଯୋଗ କରି ଯେଉଁମାନେ ଟ୍ରେନରେ ଫେରିବାକୁ ଚାହିଁବେ ସେମାନଙ୍କ ଖର୍ଚ୍ଚ ପ୍ରଦାନ କରିବେ । ଏଭଳି ଏକ ରାଜନୀତିକ ଚାଲ ଚଳାଇ ଅସହାୟ ସମୟରେ ଲୋକଙ୍କ ପାଖରେ କଂଗ୍ରେସ ଥାଏ ବୋଲି ଏଭଳି ଏକ ବାର୍ତ୍ତା ଦେବା ପାଇଁ ସୋନିଆଙ୍କ ଏହି ଉଦ୍ୟମ ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ, ସଟଡାଉନ ଘୋଷଣା କରି ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାକୁ ବଢ଼ାଉଥିବା ବେଳେ ସୋନିଆ ଗାନ୍ଧୀ ସହାୟତା କରିବାକୁ ଆଗେଇ ଆସିଛନ୍ତି ବୋଲି ଲୋକଙ୍କ ମନରେ ଧାରଣା ହେବ । ଲକଡାଉନ ସଟଡାଉନ ହେବା ଫଳରେ କଳକାରଖାନା ବନ୍ଦ ରହିଯାଇଛି । ଏବଂ ସମସ୍ତ ପ୍ରକାର କାମ ଧନ୍ଦା ମଧ୍ୟ ବନ୍ଦ ଅଛି । କେତେବେଳେ ଲକଡାଉନ ମିଆଁଦ ବଢ଼ିଚାଲିଥିଲା ବେଳେ କେବେ ଏହା ଶେଷ ହେବ ତାହା କେହି କହିପାରୁନାହାଁନ୍ତି । ଜନକର୍ଫୁ ଓ ପରେ ପରେ ସଟ୍ ଡାଉନ ଫଳରେ ପ୍ରାୟ ଦେଢ଼ ମାସ ହେବ ଲୋକେ କାମ ଧନ୍ଦା ନ ପାଇ ନାନା ହଇରାଣ ହେଉଛନ୍ତି । କେନ୍ଦ୍ର ସରକାର ହଠାତ ଲକ ଡାଉନ କରିବା ଫଳରେ ଶ୍ରମିକମାନେ ଆଉ ନିଜ ନିଜ ରାଜ୍ୟକୁ ଫେରିପାରିଲେ ନାହିଁ । ଗାଡ଼ି ଘୋଡ଼ା ବନ୍ଦ ହୋଇଯିବାରୁ ଫେରିବା ସେମାନଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ହାତକୁ କାମଧନ୍ଦା ନ ଥିବା ସମୟରେ ମାସାଧିକ କାଳ ଲକଡାଉନରେ ରହି ସଂଚିତ ଅର୍ଥ ସେମାନଙ୍କ ପାଖରେ ସରିଗଲାଣି । ଖାଇବା ଓ ରହିବା ସେମାନଙ୍କ ପାଇଁ ଦିନକୁ ଦି ଦୁର୍ବିସହ ହେବାରେ ଲାଗିଛି । ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଇବା ପାଇଁ ପଦକ୍ଷେପ ନେଇଥିଲା ବେଳେ ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ଘରକୁ ଫେରିବାକୁ ଟ୍ରେନ ଭଡ଼ା ଦେବା ପାଇଁ ଅର୍ଥ ନାହିଁ । ଏଣୁ ଏହା ଉପରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି । ପ୍ରଧାନମନ୍ତ୍ରୀ ଲକଡାଉନ ପରେ ଲକଡାଉନ ଘୋଷଣା କରୁଥିଲା ବେଳେ ଏ ଦିଗ ପ୍ରତି ଧ୍ୟାନ ଦେଉନାହାଁନ୍ତି । ବିଭିନ୍ନ ରାଜ୍ୟରେ ଥିବା ଶ୍ରମିକମାନଙ୍କ ନିକଟରେ ସ୍ଥାନୀୟ ପ୍ରଶାସନ ପହଂଚି ଯେଉଁଭଳି ଭାବରେ ସହାୟତା ଓ ସହଯୋଗ ଦେବା କଥା ତାହା ହେଉନାହିଁ । ଭିଡିଓ ବାର୍ତ୍ତା ଜାରି କରି ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଅନୁରୋଧ ବାର୍ତ୍ତା ପଠାଇବାରେ ଲାଗିଛନ୍ତି । ଏହାକୁ ଉପଯୁକ୍ତ ସୁଯୋଗ ଭାବି ଓ ମୋଦିଙ୍କୁ ଏକ ରାଜନୈତିକ ଛଟକା ଦେବା ପାଇଁ ସୋନିଆ ଏହି ଚାଲ ଚଳାଇଥିବା କଥା କୁହାଯାଉଛି । ଏଥିରେ ରାଜନୀତି ବି ହେବ ଓ ଲୋକଙ୍କୁ ସହାୟତା କରିବା ଘଟଣା ବି ହେବ । କଂଗ୍ରେସି ପ୍ରତି ଲୋକଙ୍କର ଯେଉଁ ଆସ୍ଥା କ୍ରମେ ସମଗ୍ର ଦେଶରେ ତୁଟିବାରେ ଲାଗିଛି ତାହାକୁ ଦୂର କରିବା ପାଇଁ ସୋନିଆଙ୍କ ଏହା ଏକ ସଫଳ ଉଦ୍ୟମ ବୋଲି କେହି କେହି କହୁଛନ୍ତି ।
ଏଠାରେ ପ୍ରକାଶ ଥାଉକି ଆଜି ଯାଏଁ ଏହାର କୌଣସି ଔଷଧ ବାହାରି ପାରିନାହିଁ । ସାରା ବିଶ୍ୱରେ ୩୫ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ଲକ୍ଷ ୪୮ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ସବୁଠାରୁ ଅôଧକ ମୃତ୍ୟୁବରଣ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ । ଏଠାରେ ମୃତ୍ୟୁ ସଂଖ୍ୟା ୬୮ ହଜାରରୁ ଅଧିକ ଥିବା ରିପୋର୍ଟରୁ ଜଣାପଡ଼ିଛି । ଭାରତରେ ମଧ୍ୟ ୪୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୩୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କଲେଣି । ଓଡ଼ିଶାରେ ଆଜିଯାଏଁ ୧୬୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking