29.1 C
Bhubaneswar
Monday, May 6, 2024
Homeଅପରାଧଦୁର୍ଘଟଣା ର ଜିଲ୍ଲା ଯାଜପୁର

ଦୁର୍ଘଟଣା ର ଜିଲ୍ଲା ଯାଜପୁର

ଯାଜପୁର (ଓଏନଏ) :16, 20, 53ନମ୍ବର ଜାତୀୟ ରାଜ ପଥ ଯାଜପୁର ଜିଲ୍ଲା ମଧ୍ୟ ଦେଇ ଅନ୍ୟ ଜିଲ୍ଲା କୁ ସଂଯୋଗ କରୁଛି ଏହି ଜିଲ୍ଲା ରେ ଦୁର୍ଘଟଣା ମାନ ଦୈନିକ ଘଟୁଛି ଦୁର୍ଘଟଣା ହ୍ରାସ କରିବା ପାଇଁ ପ୍ରଶାସନ ନା ପୋଲିସ କାହାର ନିଘା ନାହିଁ ତିନୋଟି ରାଜ ପଥ ମରଣ ଯନ୍ତା ପଲିଟିଚି l ରାଜପଥ ର ଅବସ୍ଥା ଶୋଚନୀୟ ହୋଇ ପଡି ଥିଲା ବେଲେ ଛକ ମାନ ବିପଦ ମାନ ରହିଛି l ବେହେଉଶିଆର ହେଲେ ମୃତ୍ୟୁ ଯେପରି ଅପେକ୍ଷା କରି ରହିଛିl ଦୈନିକ ଛୋଟ ବଡ଼ ଘଟଣା ମାନ ଘଟୁଛି ଦ୍ରୁତ ଯାନବାହାନ ଚାଳନା ଓଭର ଟେକ ରାସ୍ତା ର ଶୋଚନୀୟ ତା ଯୋଗୁ ଦୁର୍ଘଟଣା ର ମୁଖ୍ୟ କାରଣ ସାଜିଛି l ଛକ ମାନଙ୍କ ରେ ଟ୍ରାଫିକ ନିୟଂତ୍ରଣ ର ବ୍ୟବସ୍ତା ନଥିବାରୁ ଦୁର୍ଘଟଣା ର ମୃତ୍ୟୁ ସଂଖ୍ୟା ବୁଦ୍ଧି ପାଉଛି ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଆଜି ଏହି ଜାତୀୟ ରାଜପଥରେ ପୃଥକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ରାଜପଥର ଭଡଙ୍ଗା ଛକ ନିକଟରେ ଟାଟା ଏସିଇ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଟାଟା ଏସିଇ ଡ୍ରାଇଭରର ମୃତ୍ୟୁ ଘଟିଛି।
ମୃତ ଡ୍ରାଇଭରର ପରିଚୟ ମିଳିପାରି ନାହିଁ। ସେହିପରି ଆରୁହା ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking