39.1 C
Bhubaneswar
Friday, April 26, 2024
Homeଓଡିଶାଆରଏସ୍‌ଏସ୍ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଓଡିଶାରୁ ୪୧

ଆରଏସ୍‌ଏସ୍ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଓଡିଶାରୁ ୪୧

ଭୁବନେଶ୍ୱର: ବେଙ୍ଗାଲୁରରେ ମାର୍ଚ୍ଚ ୧୯ ଓ ୨୦ ଦୁଇ ଦିନ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ବୈଠକରେ ସରକାର୍ଯ୍ୟବାହ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଦତାତ୍ରେୟ ହୋସୱାଲେ ସରକାର୍ଯ୍ୟବାହ ରୂପେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଏହି ପ୍ରତିନିଧି ସଭାରେ ଦେଶରୁ ୧୫୦୦ ପ୍ରତିନିଧି ଥିବା ବେଳେ ଓଡିଶାରୁ ୪୧ଜଣ ପ୍ରତିନିଧି ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ କାର୍ଯ୍ୟକର୍ତା ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ ଲାଇନ୍ ମାଧ୍ୟମରେ ୨୬ ଜଣ ଭାଗ ନେଇଥିଲେ । ସାରା ଦେଶରୁ ୪୫୦ ଜଣ ନିର୍ବାଚିତ କେନ୍ଦ୍ରୀୟ ପ୍ରତିନିଧି ପ୍ରତ୍ୟକ୍ଷ ଭାବେ ଏଥିରେ ଯୋଗ ଦେଇ ଥିଲେ । କରୋନା କାରଣରୁ ଅନ୍ୟ ୧୦୦୦ ଉର୍ଦ୍ଧ୍ୱ ସଦସ୍ୟ ୪୪ଟି ସ୍ଥାନରେ ଅନ୍ ଲାଇନ୍ ମାଧ୍ୟମରେ ଏହି ସଭାରେ ଭାଗନେଇଥିଲେ ବୋଲି ବୋଲି ଆରଏସ୍‌ଏସ୍ ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ଯେ,କରୋନା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ତରଫରୁ ସ୍ୱଂୟସେବକମାନେ ସେବା ଭାରତୀ ତତ୍ୱାବଧାନରେ ଏବଂ ଉତ୍କଳ ବିପନ୍ନ ସହାୟତା ସମିତି ମାଧ୍ୟମରେ ରାଜ୍ୟର ୩୦୬୨ ସ୍ଥାନରେ ସେବାକାର୍ଯ୍ୟ କରିଥିଲେ । ଏହି ସେବାକାର୍ଯ୍ୟରେ ୭୭୪୯ କାର୍ଯ୍ୟକର୍ତା ୩୨,୯୬୭ ରାସନ କିଟ୍‌, ୧,୮୨,୮୧୫ ଖାଦ୍ୟ ପ୍ୟାକେଟ୍‌,୧,୯୦,୩୦୫ମାସ୍କ ବଂଟନ କରିଥିଲେ । ୧୨୭ ଷ୍ଟେ ହୋମରେ ସହାୟତା, ୨୦,୫୦୪ ପ୍ରବାସୀଙ୍କୁ ସହୟତା, ୭୪୪ ୟୁନିଟ ରକ୍ତଦାନ, ୯୨,୬୦୦ ଜଣଙ୍କୁ କାଢା ବିତାରଣ କରାଯାଇଥିଲା । ୧୩୯୫ ଯାଜାବର ଲୋକଙ୍କୁ ସହାୟତା, ୨୧ଟି ଭୋଜନ ବିତରଣ କେନ୍ଦ୍ର ମାଧ୍ୟମରେ ୨୬,୯୮୩ ମଜଦୁରୁଙ୍କୁ ସହାୟତା, ୨୪ ଟି କେନ୍ଦ୍ର ମାଧ୍ୟମରେ ୧୭,୨୬୬ ଜଣ ବସ୍ ଓ ରେଳ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଦେଶର ୯୨,୬୫୬ ସ୍ଥାନରେ ୫,୬୦,୦୦୦ କାର୍ଯ୍ୟକର୍ତାଙ୍କ ଦ୍ୱାରା ୭୩ ଲକ୍ଷ ରାସନ କିଟ୍ , ୪.୫ କୋଟି ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ,୯୦ ଲକ୍ଷ ମାସ୍କ ବଂଟନ କରାଯାଇଥିବା ବେଳେ ୨୦ ଲକ୍ଷ ପ୍ରବାସୀ ଓ ୨.୫ ଲକ୍ଷ ଯାଜାବର ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସ୍ୱୟଂସେବକମାନେ ୬୦ ହଜାର ୟୁନିଟ ରକ୍ତଦାନ କରିଥିଲେ ।
କରୋନା ଅବଧିରେ ସମାଜର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଭାରତ ବିଶ୍ୱକୁ ଏକ ଉଦାହରଣ ଦେଇଥିଲା । ଭାରତ ମଧ୍ୟ ଟିକା ପ୍ରସ୍ତୁତ କରି ସାରା ବିଶ୍ୱକୁ ବିତରଣ କରିଛି । ଏହି ବିଷୟରେ ପ୍ରତିନିଧିସଭାରେ ଅଭିନନ୍ଦନ ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା । ଶ୍ରାରାମ ମନ୍ଦିର ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । କରୋନା ଓ ଶ୍ରୀରାମ ମନ୍ଦିରକୁ ନେଇ ଚର୍ଚ୍ଚା ଆଲୋଚନା ହେବା ପରେ ଦୁଇଟି ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।
ନିଧି ସମର୍ପଣ ଅଭିଯାନ ଏକ ଜନ ସଂପର୍କ ଅଭିଯାନରେ ପରିଣତ ହୋଇଥିଲା । ଏହି ଅଭିଯାନରେ ସାରା ଦେଶରେ ସ୍ୱୟଂସେବକମାନେ ୫,୪୫,୭୩୭ ସ୍ଥାନରେ ପହଂଚିଥିଲେ ଏବଂ ପ୍ରାୟ ୨୦ ଲକ୍ଷ କାର୍ଯ୍ୟକର୍ତା ଏହି ସଂପର୍କ ଅଭିଯାନରେ ଲାଗିଥିଲେ । ଏହି ଅଭିଯାନ ମାଧ୍ୟମରେ ସ୍ୱୟଂସେବକମାନେ ଦେଶର ୧୨,୪୭,୨୧,୦୦୦ ପରିବାରରେ ପହଁଚି ସଂପର୍କ କରିଥିଲେ ।
କରୋନା ସମୟରେ ଶାଖା ବନ୍ଦ ଥିଲା, କିନ୍ତୁ ସଂଘର ସ୍ୱୟଂସେବକମାନେ ସକ୍ରିୟ ଥିଲେ । କରୋନା କଟକଣା ଉଠିବା ପରେ ଭାରତରେ ୭୪,୦୦୦ ସଂଘ ଶାଖା ଚାଲୁଅଛି । ଓଡିଶାରେ ମଧ୍ୟ ୧୫୬୫ଟି ଶାଖା ଲାଗୁଛି । ବର୍ତମାନ ପରିବାର ପ୍ରବୋଧନ, ଗୋ ସେବା, ପର୍ଯ୍ୟାବରଣ ସୁରକ୍ଷା ଏବଂ ସାମାଜିକ ସମରସତା ଗତିବିଧି ଆଦି କାର୍ଯ୍ୟକ୍ରମ ଚାଲୁଅଛି । ଆଗାମୀ ସମୟରେ ଗ୍ରାମ ବିକାଶ ଏବଂ ଜୈବିକ କୃଷି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ କାମ ଆରମ୍ଭ କରାଯିବ । ୧୩ ଅପ୍ରେଲରେ ସଂଘ ଭୂମି ସୁପୋଷଣ (ଭୁମି ପୁଷ୍ଟିକର) ଅଭିଯାନ ଆରମ୍ଭ କରିବାକୁ ଯାଉଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଓଡିଶା ପୂର୍ବ ପ୍ରାନ୍ତର ସହ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ଓ ଭାରତର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking