36.1 C
Bhubaneswar
Sunday, May 19, 2024
Homeଓଡିଶା୫ ଦଫା ଦାବିନେଇ ଭଞ୍ଜସେନା ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ

୫ ଦଫା ଦାବିନେଇ ଭଞ୍ଜସେନା ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ

ମୟୂରଭଂଜ : ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବିଭିନ୍ନ ପ୍ରମୁଖ ସମସ୍ୟାର ସମାଧାନ ଦାବିନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବାମନଘାଟି ଭଞ୍ଜସେନା ଉପସଭାପତି ସୁମିତ ବଳଙ୍କ ନେତୃତ୍ବରେ ଦୁଇଘଣ୍ଟିଆ ଧାରଣା ପ୍ରଦର୍ଶନ ସହିତ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ। ମୁଖ୍ୟ ଦାବି ଗୁଡିକ ହେଲା ୧-ଖଣିଜ ସଂପଦ ଭରା ବାମନଘାଟି ଉପଖଣ୍ଡରେ ବୃହତ ଲୌହ ଶିଳ୍ପପ୍ରତିଷ୍ଠା, ୨- ରାଜ୍ୟ ସରକାର କରିଥିବା ଘୋଷଣା କାର୍ଯ୍ୟକାରୀ କରି ନିର୍ବାଚନ ପୂର୍ବରୁ ରାଇରଙ୍ଗପୁର ହସ୍ପିଟାଲରକୁ ସୁପରହସ୍ପିଟାଲ ମାନ୍ଯତା ପ୍ରଦାନ ସହ ବିଭିନ୍ନ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ,୩-ଟାଉନହଲ ନିର୍ମାଣକୁ ତୁରନ୍ତ ଶେଷ କରିବା, ୪- ଭାଲୁବସା-ପୁରୁଣାପାଣି ବାଇପାସ୍ ନିର୍ମାଣ
୫-ଗୋରୁମହିଷାଣୀ-ବାଙ୍ଗିରିପୋଷୀ ଏବଂ ବାଦାମପାହାଡ଼ -କେନ୍ଦୁଝର ରେଳପଥ ସଂଯୋଗୀକରଣ ଭଳି ଦାବି ଉପସ୍ଥାପନ କରିଛି ଭଞ୍ଜସେନା। ରାଜ୍ୟ ସରକାର ବୃହତ ଲୌହଶିଳ୍ପ ପ୍ରତିଷ୍ଠା ବଦଳରେ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା ଅଂଚଳବାସୀଙ୍କ ପାଇଁ ଲଲିପପ୍ ସଦୃଶ । ଏଥିରେ ହାତଗଣତି ଶ୍ରମିକ ନିୟୋଜିତ ହେବେ। ଖଣିଜ ସଂପଦ ଭରା ବାମନଘାଟି ଅଂଚଳରେ ଯୁବକମାନଙ୍କ ମଧ୍ୟରେ କର୍ମନିଯୁକ୍ତି ଅଭାବରୁ ବେକାରୀ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବା ସହ ଦାଦନଶ୍ରମିକ ସଂଖ୍ୟା ବୃଦ୍ଧି ପାଇଚାଲିଛି । ରାଇରଙ୍ଗପୁର ସହରର ଜନସଂଖ୍ୟା ହୁ ହୁ ବୃଦ୍ଧି ପାଉଛି ।ସହର ଦେଇ ଜାତୀୟ ରାଜପଥ ୨୨୦ ନଂ ଯାଇଛି ।ବାଇପାସ୍ ନାହିଁ ଖଣିଜ ପଦାର୍ଥ ପରିବହନ, ଆନ୍ତଃରାଜ୍ୟ ବସ ପରିବହନ,ଭାରିଯାନ ସହର ଦେଇ ଯାଉଥିବାରୁ ପ୍ରତିଦିନ ଦୁର୍ଘଟଣା ,ମୃତାହତଙ୍କ ସଂଖ୍ୟା ବଢ଼ି ଚାଲିଛି । ସେହିଭଳି ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସୁପରହସ୍ପିଟାଲ ମାନ୍ୟତା ପ୍ରଦାନ ପ୍ରତିଶ୍ରୁତି ଦେଇଥିଲେ ।ହେଲେ ଦୁଇବର୍ଷ ହେଲାଣି ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ସେହିପରି ବିଭିନ୍ନ ଛୋଟବଡ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରାଯାଉନାହିଁ । ସେହିଭଳି ମୟୁରଭଞ୍ଜରେ ବିଜେପିକୁ ମୟୂରଭଂଜବାସୀ ନିବାଚନରେ ପୂର୍ଣ୍ଣ ସମର୍ଥନ ଦେଇଥିଲେ ମଧ୍ୟ ରେଳପଥର ବିକାଶ ଠପ୍ । ଗୋରୁମହିଷାଣୀ-ବାଙ୍ଗିରିପୋଷୀ ଏବଂ ବାଦାମ ପାହାଡ଼-କେନ୍ଦୁଝର ରେଳପଥ ସଂଯୋଗୀକରଣ ପାଇଁ ଭଞ୍ଜସେନାର ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ । ଦୀର୍ଘଦିନରୁ ହୋଇ ଆସୁଥିବା ଏହି ଦାବିଗୁଡିକ ପୂରଣ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ଯଥାଶିଘ୍ର ଠୋସ ପଦକ୍ଷେପ ଗ୍ରହଣନକଲେ ଆଗକୁ ଭଞ୍ଜସେନା ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ପରେ ଭଞ୍ଜସେନା କର୍ମକର୍ତ୍ତାମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଧାରଣାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି, କାର୍ଯ୍ୟକାରୀ ସଭାପତି ରାକେଶ ସିଂ, ଶୁଭେନ୍ଦୁ ମହାନ୍ତି, ମୋହିତ ବିଶୋଇ, ରୋହିତ ଦାସ ସୋରେନ, ମହମ୍ମଦ ଖାଁ, ଲକ୍ଷ୍ମଣ ଟୁଡୁ,ଅଂଜନ ବରାଳ, ଶୁଭେନ୍ଦୁ ପଣ୍ଡା,ଆଓ୍ବାସ ମହାନ୍ତି, ଇଂ ରାମଜାନ ବେଗ, ଶିବରାଜ ମହାନ୍ତି, ସ୍ବରାଜ ବାରିକ, ରାହୁଲ ମୁର୍ମୁ , ସୁକାନ୍ତି ମୁଣ୍ଡାରୀ ଏବଂ ଶତାଧିକ ଭଞ୍ଜସେନା କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking