28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶମିଳିତ ଜାତିସଂଘର ସାଧାରଣ ସଭାରେ ଚୀନ୍ ଓ ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର

ମିଳିତ ଜାତିସଂଘର ସାଧାରଣ ସଭାରେ ଚୀନ୍ ଓ ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସାଧାରଣ ସଭାରେ ଜୟଶଙ୍କର ଆତଙ୍କବାଦ ଉପରେ ଚୀନ୍ ଓ ପାକିସ୍ତାନ ଉପରେ ବର୍ଷିଛନ୍ତି। ମିଳିତ ଜାତିସଂଘର ସାଧାରଣ ସଭାରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ନାଁ ନ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରବଳ ବିରୋଧ କରିଛନ୍ତି। ଏଥିସହ ଆତଙ୍କବାଦୀଙ୍କ ବିରୋଧରେ ଚୀନ୍ କୌଣସି କାର‌୍ୟ୍ୟାନୁଷ୍ଠାନ ନେଉନଥିବାରୁ ସେ ନେଇ ମଧ୍ୟ ଜୟଶଙ୍କର କହିଛନ୍ତି। ସୂଚନାଯୋଗ୍ୟ ଯେ ଆତଙ୍କବାଦୀଙ୍କୁ ମିଳିତ ଜାତିସଂଘର ବ୍ଲାକ୍ ଲିଷ୍ଟ କରିବା ପାଇଁ ଚୀନ୍ ଭାରତର ପ୍ରୟାସକୁ ଅନେକ ଥର ରୋକିଛି। ଜୟଶଙ୍କର କହିଛନ୍ତି, ‘ମିଳିତ ଜାତିସଂଘ ଅପରାଧୀଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଆତଙ୍କବାଦକୁ ଜବାବ ଦେଉଛି। ଯେଉଁ ଦେଶ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ୟୁଏନ୍ଏସ୍ସି ୧୨୬୭ ପ୍ରତିବନ୍ଧକକୁ ରାଜନୀତିକରଣ କରୁଛି, ସେ ଦେଶ କେବେ ବି ଆଗକୁ ବଢ଼ିପାରିବେନି।’ ଜୟଶଙ୍କର କହିଛନ୍ତି ଯେ ସୀମା ଆତଙ୍କବାଦକୁ ରୋକିବା ପାଇଁ ଭାରତ ‘ଜିରୋ ଟଲରାନ୍ସ’ ନୀତି ପ୍ରଣୟନ କରିଛି। ଏହା ପାକିସ୍ତାନ ଏବଂ ଏହାର ସହଯୋଗୀ ଚୀନ୍ ପାଇଁ ପରୋକ୍ଷରେ ଜୋରଦାର ଝଟ୍କା ଥିଲା। ଚଳିତ ମାସରେ ଚୀନ୍, ଆମେରିକା ଦ୍ୱାରା ପ୍ରସ୍ତୁତ ଏକ ରିଜୋଲ୍ୟୁସନକୁ ଘୋଷଣା କରିଥିଲା ଏବଂ ଲସ୍କର-ଇ-ତୋଇବା ଆତଙ୍କବାଦୀ ସାଜିଦ ମୀରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଭାରତ ସହଯୋଗ କରିଥିଲା। ପ୍ରକାଶ ଯେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ମିର ଗିରଫ ହୋଇଛି। ଶନିବାର ଏସ୍ ଜୟଶଙ୍କର କହିଛନ୍ତି, ୟୁଏନଏସସିରେ କେତେକ ଦରକାରୀ ସଂସ୍କାର ଉପରେ ଆଲୋଚନା ପ୍ରକ୍ରିୟାକୁ ବନ୍ଦ କରିବା ଉଚିତ ନୁହେଁ। ଏହାକୁ ବିରୋଧ କରୁଥିବା ବ୍ୟକ୍ତି ଏହି ପ୍ରକ୍ରିୟାକୁ ସବୁଦିନ ପାଇଁ ବନ୍ଦ କରିପାରିବେ ନାହିଁ। ଭାରତ ଏବେ ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦର ଏକ ଅସ୍ଥାୟୀ ସଦସ୍ୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking