29.1 C
Bhubaneswar
Sunday, May 5, 2024
Homeଓଡିଶାପାର୍ବଣ ଋତୁରେ ବେଶି ସତର୍କ ହେବା ଜରୁରୀ

ପାର୍ବଣ ଋତୁରେ ବେଶି ସତର୍କ ହେବା ଜରୁରୀ

ଭୁବନେଶ୍ୱର : ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ସେ ନେଇ ସଚେତନ ହେବା ଆବଶ୍ୟକ । ପାର୍ବଣରେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସମସ୍ତେ କୋଭିଡ୍ ମାର୍ଗ ଦର୍ଶିକା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଖୋର୍ଦ୍ଧା ଜିଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି। ତେଣୁ ଆମେ ଅଧିକା ଭିଡ଼ କରିବା ନାହିଁ, ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢିପାରେ । ଏହାକୁ ଦୃଷ୍ଟି ରଖି ପାର୍ବଣରେ ଘରୁ ବାହାରିବା ଅନୁଚିତ। ଯଦି ଆମେ ଆମ ତରଫରୁ ସଜାଗ ରହିବା, ତାହାଲେ କରୋନାକୁ ପ୍ରତିହତ କରିପାରିବା। ସବୁ ବିଶେଷଜ୍ଞ ଏହାସହ ଆଇସିଏମ୍ଆର ଡାଇରେକ୍ଟର ମଧ୍ୟ ଦେଶବାସୀ ସଜାଗ ରହିବାକୁ ଅନୁରୋଧ କରିଛନ୍ତି। ତେଣୁ ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବାର ଆବଶ୍ୟକତା ରହିଛି। କୋଭିଡ ସଂକ୍ରମଣରେ ଇଣ୍ଟରନାଲ ସଂକ୍ରମଣ ହୁଏ। ହାର୍ଟ ଲଙ୍ଗସ ବ୍ରେନ ସହ ଲଙ୍ଗସ ଉପରେ ଅଧିକା ପ୍ରଭାବ ପଡ଼ିଥାଏ । ଯିଏ ଟିକା ନେଉଛି ତାର କରୋନା ଇଫେକ୍ଟ ବହୁତ କମ୍, ଆଉ ଯିଏ ଟିକା ନେଉ ନାହାନ୍ତି ତାର ଅଧିକ କ୍ଷତି ହେଉଛି। ଟିକା ନେଲା ପରେ ଗୁରୁତର ହେବାର ବହୁତ କମ୍ ଆଶଙ୍କା ରହୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking