30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପାକିସ୍ତାନ ଆଡକୁ ମୁହାଁଇବ ସାମୁଦ୍ରିକ ଝଡ 'ଶାହୀନ'

ପାକିସ୍ତାନ ଆଡକୁ ମୁହାଁଇବ ସାମୁଦ୍ରିକ ଝଡ ‘ଶାହୀନ’

ନୂଆଦିଲ୍ଲୀ : ଆଜି ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା ‘ଶାହୀନ୍‌’। ‘ଶାହୀନ୍‌’ ଭାରତୀୟ ଉପକୂଳ ଅତିକ୍ରମ ନ କଲେ ମଧ୍ୟ କଚ୍‌ ଓ ସୌରାଷ୍ଟ୍ର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଉତ୍ତରପୂର୍ବ ଆରବ ସାଗର ଉପରେ ସୃଷ୍ଟି ହେବାକୁ ଥିବା ବାତ୍ୟା ‘ଶାହୀନ୍’ ଶୁକ୍ରବାର ରାତି କିମ୍ବା ଶନିବାର ସକାଳ ବେଳକୁ ତୀବ୍ରତର ହୋଇ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଗୁଜରାଟ ଉପକୂଳ ଅନ୍ତର୍ଗତ ଉତ୍ତରପୂର୍ବ ଆରବ ସାଗର ଉପରେ ସଂଘଠିତ ଲଘୁଚାପ ଗୁଜରାଟର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ପ୍ରାୟ ୨୫୫ କିଲୋମିଟର, କରାଚିର (ପାକିସ୍ତାନ) ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗକୁ ପ୍ରାୟ ୧୮୦ କିଲୋମିଟର ଏବଂ ଚାବହାର ବନ୍ଦରର (ଇରାନ୍‌) ପୂର୍ବ-ଦକ୍ଷିଣପୂର୍ବକୁ ପ୍ରାୟ ୬୬୦ କିଲୋମିଟର ଦୂରବର୍ତ୍ତୀ ଅଞ୍ଚଳରେ ଗୁରୁବାର ରାତିରେ ଉକ୍ତ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ଅଳ୍ପ କେତେ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ସାମୁଦ୍ରିକ ବାତ୍ୟା ‘ଶାହୀନ୍‌’ରେ ପରିଣତ ହେବ। ପରେ ଏହା ଆହୁରି ତୀବ୍ରତର ହୋଇ ଘଣ୍ଟାପ୍ରତି ୧୧୦ କିଲୋମିଟର୍‌ ବେଗର ପବନ ଝଟକା ଏବଂ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ବେଗର ବତାସସମ୍ପନ୍ନ ଉଗ୍ର ସାମୁଦ୍ରିକ ତୋଫାନ ପାଲଟିବ। ଏହା ପରେ ସେ ବାତ୍ୟା ଭାରତୀୟ ଉପକୂଳରୁ ଦୂରେଇ ଯାଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ପାକିସ୍ତାନ ଓ ମାକରାନ୍‌ ଉପକୂଳ ଆଡ଼କୁ ମୁହାଁଇବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking