33.1 C
Bhubaneswar
Saturday, April 27, 2024
Homeଖେଳଟି-୨୦ ସିରିଜ୍ ହାତେଇଲା ଆୟର୍ଲାଣ୍ଡ

ଟି-୨୦ ସିରିଜ୍ ହାତେଇଲା ଆୟର୍ଲାଣ୍ଡ

ଲଣ୍ଡନ:  କେଭିନ୍ ଓ’ବ୍ରାଏନ୍ ଓ ପଲ୍ ଷ୍ଟର୍ଲିଂଙ୍କ ବଳରେ ଗୁରୁବାର ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌କୁ ୬୪ ରନ୍‌ରେ ଜିତିବା ସହ ଜିମ୍ବାୱେ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଆୟର୍ଲାଣ୍ଡ ୩-୧ରେ ହାତେଇଛି । ଓ’ବ୍ରାଏନ୍ (୪୭) ଓ ଷ୍ଟର୍ଲିଂ (୩୯)ଙ୍କ ୮୯ ରନ୍‌ର ପାର୍ଟନର୍‌ଶିପ୍ ସହାୟତାରେ ଆୟର୍ଲାଣ୍ଡ ୪ ୱିକେଟ୍ ହରାଇ ୧୭୪ ରନ୍ କରିଥିଲା । ଜବାବରେ ଜିମ୍ବାୱେ ନିର୍ଦ୍ଧାରିତ ଓଭର୍‌ରେ ୯ ୱିକେଟ୍ ହରାଇ ମାତ୍ର ୧୧୦ ରନ୍ କରିଥିଲା । କ୍ରେଗ୍ ଇର୍ଭିନ୍‌ଙ୍କ ସଂଘର୍ଷପୂର୍ଣ୍ଣ ୨୮ ରନ୍ ସତ୍ତ୍ୱେ ଆୟର୍ଲାଣ୍ଡକୁ ବୃହତ୍ ବ୍ୟବଧାନରେ ବିଜୟୀ ହେବାରୁ ରୋକିବାରେ ଜିମ୍ବାୱେ ସମର୍ଥ ହୋଇନଥିଲା । ସିମର୍ ମାର୍କ ଆଦାୟର୍ ୨୩ ରନ୍‌ରେ ୪ଟି ନିର୍ଣ୍ଣାୟକ ୱିକେଟ୍ ଅକ୍ତିଆର କରିଥିଲେ ।

ପୂର୍ବରୁ ଦ୍ୱିତୀୟ ମ୍ୟାଚ୍‌ରେ ଓ ‘ବ୍ରାଏନ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ଆୟର୍ଲାଣ୍ଡ ସିରିଜ୍ ବରାବର କରିଥିଲା । ସେହିପରି ଷ୍ଟର୍ଲିଂଙ୍କ ପ୍ରଥମ ଟି-୨୦ ଶତକ ବଳରେ ୩ୟ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଟିମ୍‌ର ଷ୍ଟାର୍ ଖେଳାଳି ର‌୍ୟାନ୍ ବର୍ଲ ୱାର୍ମଅପ୍ ମ୍ୟାଚ୍‌ରେ ଆହତ ହେବା ଫଳରେ ଭ୍ରମଣକାରୀ ଜିମ୍ବାୱେ ପ୍ରଥମରୁ ହିଁ ଅଡ଼ୁଆରେ ପଡ଼ିଥିଲା । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଆୟର୍ଲାଣ୍ଡ୍ ଏବେ ୩-୧ର ଅପରାଜେୟ ଅଗ୍ରଣୀ ହାସଲ କରିଥିବା ବେଳେ ଅନ୍ତିମ ମ୍ୟାଚ୍ ଶନିବାର ବ୍ରେଡିଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking