30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଇରାକ୍‌ରେ ଆତ୍ମଘାତୀ ବିସ୍ଫୋରଣ, ୩୬ ମୃତ

ଇରାକ୍‌ରେ ଆତ୍ମଘାତୀ ବିସ୍ଫୋରଣ, ୩୬ ମୃତ

ବାଗଦାଦ:  ବକ୍ରି ଇଦ୍ ପାଳନ ଅବ୍ୟବହିତ ପୂର୍ବରୁ ଇରାକ୍‌ର ରାଜଧାନୀ ବାଗଦାଦ ସହରରେ ସୋମବାର ସନ୍ଧ୍ୟାରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟି ୩୬ ଜଣ ପ୍ରାଣ ହରାଇଛନ୍ତି । ଆହତ ୬୦ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅନ୍ତର୍ଭୁକ୍ତ । ଆକ୍ରମଣ ପାଇଁ ଆଇଏସ୍ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି । ବକ୍ରି ଇଦ୍ ପାଇଁ କିଣାକିଣି କରିବାକୁ ମାର୍କେଟରେ ଲୋକଙ୍କର ପ୍ରବଳ ଗହଳି ହୋଇଥିଲା । ଏହି ସମୟରେ ଆଇଏସ୍ ଆତଙ୍କବାଦୀ ଜଣକ ଶରୀରରେ ଖଞ୍ଜିଥିବା ବୋମାକୁ ରିମୋଟ ସାହାଯ୍ୟରେ ବିସ୍ଫୋରଣ କରାଇଥିବା କୁହାଯାଇଛି । ବିସ୍ଫୋରଣ ପରେ ସେହି ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଥିବାବେଳେ ଚତୁର୍ଦିଗରୁ କ୍ରନ୍ଦନ ସ୍ୱର ଶୁଣିବାକୁ ମିଳିଥିଲା । ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଥିବାବେଳେ ଆହତଙ୍କୁ ଡାକ୍ତରଖାନା ପଠାଇଥିଲା । ଏହି ଘଟଣାରେ ଇରାକ୍ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ବହୁ ରାଷ୍ଟ୍ରମୁଖ୍ୟ ଗଭୀର ଶୋକପ୍ରକାଶ କରିବା ସହ ଆତଙ୍କବାଦୀଙ୍କ ଏଭଳି ହୀନ ମାନସିକତାକୁ ତୀବ୍ର ନିନ୍ଦା କରିଛନ୍ତି । ଅଧିକାଂଶ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରାଯିବାପରେ ଇରାକ୍‌ରେ ଆଇଏସ୍ ଆତଙ୍କବାଦୀ ସଂଗଠନର ଆଧିପତ୍ୟ ପୁଣି ବଢିବାରେ ଲାଗିଛି । ଚଳିତବର୍ଷ ଜାନୁଆରୀରେ ଆତଙ୍କବାଦୀମାନେ ବାଗଦାଦ ସହରର ଏକ ମାର୍କେଟରେ ଦ୍ୱୈତ ବିସ୍ଫୋରଣ କରିବାରୁ ୩୨ ଲୋକ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking