29.1 C
Bhubaneswar
Sunday, May 19, 2024
Homeଓଡିଶାକୃଷି ବିଭାଗର ଅଭିନବ ପ୍ରୟାସ : ‘ମୋ ବାଡ଼ି-ମୋ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ

କୃଷି ବିଭାଗର ଅଭିନବ ପ୍ରୟାସ : ‘ମୋ ବାଡ଼ି-ମୋ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : କୃଷି ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ କୃଷି ବିଭାଗ ଅଭିନବ ପ୍ରୟାସ ଆରମ୍ଭ କରିଛି । ତଟକା ଫଳ, ପନିପରିବା ଇତ୍ୟାଦି ନିଜ ବାରିରୁ ପାଇବା ଲକ୍ଷ୍ୟରେ  ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଆରମ୍ଭ ହୋଇଛି ‘ମୋ ବାଡ଼ି-ମୋ ବଗିଚା’ କାର୍ଯ୍ୟକ୍ରମ । ମଙ୍ଗଳବାର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତାର ଶୁଭାରମ୍ଭ କରିଛନ୍ତି । ମନ୍ତ୍ରୀ ଡ. ସାହୁ ଗଙ୍ଗନଗରସ୍ଥିତ କ୍ୱାଟର ନଂ ୨ଆର-୩୨ ପରିସରରେ ଫଳଗଛ ଚାରା ରୋପଣ କରି ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି । ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ସହରର ଏକ ହଜାର ସରକାରୀ ବାସଭବନରେ୨ଟି ଆମ୍ବ, ୨ଟି ପଣସ ଓ ୨ଟି ବେଲ ଚାରା ସହ ପନିପରିବା ପୁଡ଼ିଆ ଓ ଖତସାର ଇତ୍ୟାଦି ବଣ୍ଟନ କରିବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

ଭୁବନେଶ୍ୱରର ସରକାରୀ କ୍ୱାଟରଗୁଡ଼ିକରେ ଥିବା ଖାଲି ଜାଗାରେ ଫଳଗଛ ଲଗାଇବା ଦ୍ୱାରା ପରିବେଶ ସନ୍ତୁଳନ ସହିତ ଗଛର ଛାଇ ଓ ସୁସ୍ୱାଦୁ ଫଳ ପାଇହେବ । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଫଳଗଛ ଚାରା ଯଥା ଆମ୍ବ, ପଣସ ଓ ବେଲ ଚାରା ସହ ପନିପରିବା ମଂଜି କିଟ୍ ଏବଂ ଜୈବିକ ସାର ଓ ଔଷଧ ତଥା ରୋପଣ ବିଧିର ପୁସ୍ତିକା ବିନାମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ତେଣୁ ସରକାରଙ୍କ ଏହି ପ୍ରୟାସରେ ସମସ୍ତଙ୍କୁ ଭାଗୀଦାର ହେବା ଦରକାର । ଏହାଦ୍ୱାରା ଭୁବନେଶ୍ୱର ଏକ ସବୁଜସୁନ୍ଦର ନଗର ଭାବେ ଗଢ଼ିତୋଳିବାରେ  ସହାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।    ଉକ୍ତ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking