29.1 C
Bhubaneswar
Sunday, May 5, 2024
Homeଖେଳଆଇପିଏଲ୍ ୨୦୨୨: ମୁମ୍ବାଇ ଇଣ୍ଡିଆନ୍‌ସରୁ ବାଦ୍ ପଡ଼ିବେ ହାର୍ଦ୍ଦିକ!

ଆଇପିଏଲ୍ ୨୦୨୨: ମୁମ୍ବାଇ ଇଣ୍ଡିଆନ୍‌ସରୁ ବାଦ୍ ପଡ଼ିବେ ହାର୍ଦ୍ଦିକ!

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଅକ୍ସନ୍ ପୁଲ୍‌କୁ ପଠାଇପାରେ । କାରଣ ୨୦୨୨ ଆଇପିଏଲ୍ ସିଜନ୍ ପାଇଁ ୫ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ କେଉଁ ଖେଳାଳିଙ୍କୁ ରିଟେନ୍ କରିବ, ତାର ଏକ ତାଲିକା ପ୍ରସ୍ତୁତ କରିସାରିଛି । ଆଗାମୀ ସଂସ୍କରଣରେ ଦୁଇଟି ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ଓ ଅହମ୍ମଦାବାଦ ସାମିଲ ହୋଇଥିବାରୁ ଚଳିତ ବର୍ଷ ଡିସେମ୍ବରରେ ଏଥିପାଇଁ ଏକ ବଡ଼ ଅକ୍ସନ୍ ହେବ ଏବଂ ବହୁ ଟିମ୍ ଭବିଷ୍ୟତକୁ ଦୃଷ୍ଟି ରଖି ନିଜ କୋର୍ ଟିମ୍‌ର ପୁନର୍ଗଠନ କରିବେ । ଏପରି କ୍ଷେତ୍ରରେ ଆଇପିଏଲ୍‌ର ସବୁଠୁ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସର କୋର୍ ଟିମ୍‌ରୁ ହାର୍ଦ୍ଦିକ ବାହାର ହୋଇପାରନ୍ତି ।

ସେ ଗତ କେତୋଟି ସିଜନ୍‌ରେ କେବଳ ଜଣେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବେ ଖେଳୁଛନ୍ତି । ଆଇପିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିସିସିଆଇ ନିକଟରେ ଗୋଟିଏ ରାଇଟ୍ ଟୁ ମ୍ୟାଚ୍ (ଆର୍‌ଟିଏମ୍‌) ଫର୍ମୂଲା ରହିବ । ଯଦି ଏପରି ନହୁଏ ତେବେ ପତ୍ୟେକ ଟିମ୍ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ । ଏପରି ସ୍ଥିତିରେ ଟିମ୍‌ର ଶକ୍ତିଶାଳୀ ସମ୍ଭ ଭାବେ ପରିଚିତ ରୋହିତ ଶର୍ମା ଏବଂ ଫାଷ୍ଟ ବୋଲର୍ ଜସ୍‌ତ୍ପ୍ରୀତ୍ ବୁମ୍‌ରା ସମେତ କାଇରନ୍ ପୋଲାର୍ଡ ଟିମ୍‌ର ପ୍ରଥମ ପସନ୍ଦ ହେବେ । ସେହିପରି ୪ର୍ଥ ଖେଳାଳି ପାଇଁ ସୂର୍ଯ୍ୟକୁମାର ଯାଦବ କିମ୍ବା ଇଶାନ୍ କିଶନ୍ ଦାବିଦାର ହୋଇପାରନ୍ତି । ଅନ୍ୟପକ୍ଷରେ ହାର୍ଦ୍ଦିକଙ୍କୁ ଟିମ୍‌ରେ ରଖିବାର ୧୦ ପ୍ରତିଶତ ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ହାର୍ଦ୍ଦିକଙ୍କୁ ନେଇ ଟିମ୍‌ର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ କ୍ରିକେଟ୍ ଉପରେ ଆଧାରିତ ।

କାରଣ ସେ ଏବେ ପୂର୍ବପରି ଅଲ୍‌ରାଉଣ୍ଡର୍ ନୁହନ୍ତି । ପୂର୍ବରୁ ସେ ୧୩୦ କିମି ଗତିରେ ବୋଲିଂ କରୁଥିବା ବେଳେ ଆହତ ସମସ୍ୟାରୁ ମୁକୁଳିବା ପରେ ସେପରି ବୋଲିଂ କରିପାରୁ ନାହାନ୍ତି । ଅନ୍ୟପକ୍ଷରେ ଶ୍ରେୟସ୍ ଆୟର୍ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ିବା ସମ୍ଭାବନା ରହିଛି। ତାଙ୍କ ନିକଟତମ ସୂତ୍ର ଅନୁସାରେ ସେ ନେତୃତ୍ୱ ନେବାକୁ ଇଚ୍ଛୁକ ଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ପୁଣିଥରେ ତାଙ୍କୁ ନେତୃତ୍ୱ ଦେବ ଏହାର ସମ୍ଭାବନା କମ୍ । ଋଷଭ ପନ୍ତ୍‌ଙ୍କ ନେତୃତ୍ୱରେ ଟିମ୍ ଚଳିତ ଆଇପିଏଲ୍‌ର ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଥିଲା ।

ଅକ୍ସନ୍ ପୂର୍ବରୁ ନୂଆ ଟିମ୍‌ଙ୍କୁ ପୁଲ୍‌ରୁ ତିନି ଜଣ ଲେଖାଏଁ ଖେଳାଳିଙ୍କୁ ବାଛିବାର ସୁଯୋଗ ମିଳିପାରେ । ସମସ୍ତ ଟିମ୍‌କୁ ସମାନ ସୁଯୋଗ ପ୍ରଦାନ ପାଇଁ ନୂଆ ଟିମ୍ (ଲକ୍ଷ୍ନୌ ଓ ଅହମ୍ମଦାବାଦ)କୁ ଉପଲବ୍ଧ ପୁଲ୍‌ରୁ ତିନିଜଣ ଲେଖାଏଁ ଖେଳାଳି ବାଛିବାର ସୁଯୋଗ ଦେବା ନିମନ୍ତେ ବିସିସିଆଇ ବିଚାର କରୁଥିବା ଜଣାଯାଇଛି । ଏହା ପଛରେ ନୂଆ ଟିମ୍‌ଙ୍କୁ କୋର୍ ଟିମ୍ ପ୍ରସ୍ତୁତ କରିବା ସୁଯୋଗ ଦେବା ଉଦ୍ଦେଶ୍ୟ ଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking