29.1 C
Bhubaneswar
Sunday, May 5, 2024
Homeଓଡିଶାପଞ୍ଜାବର ଚତୁର୍ଥ ବିଜୟ, ବିପଦରେ ସନ୍‌ରାଇଜର୍ସ

ପଞ୍ଜାବର ଚତୁର୍ଥ ବିଜୟ, ବିପଦରେ ସନ୍‌ରାଇଜର୍ସ

ଶାରଜାହ : ଚଳିତ ଆଇପିଏଲ୍‌-୧୪ର ୩୭ତମ ମ୍ୟାଚ୍ ଶନିବାର ଖେଳାଯାଇଥିବା ବେଳେ ଏଥିରେ ପଞ୍ଜାବ କିଙ୍ଗ୍‌ସ ୫ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ନିଜର ଚତୁର୍ଥ ବିଜୟ ହାସଲ କରିଛି । ଏଥିସହ ଦଳ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ ନବମ ମ୍ୟାଚ୍‌ରେ ଅଷ୍ଟମ ପରାଜୟ ବରଣ କରିବା ପରେ ଅଷ୍ଟମ ସ୍ଥାନରେ ଥିବା ସନ୍‌ରାଇଜର୍ସର ପ୍ଲେଅଫ୍ ଆଶା କ୍ରମଶଃ ଧୂମିଳ ହୋଇଛି । ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ପଞ୍ଜାବ ୭ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା । ଦଳ ପକ୍ଷରୁ ଆଇଡେନ୍ ମାର୍କରାମ୍ ୨ଟି ଚୌକା ସହ ୨୭, ଓପନର ଲୋକେଶ ରାହୁଲ୍ ୩ଟି ଚୌକା ସହ ୨୧ ଏବଂ ହରପ୍ରୀତ୍ ବ୍ରାର୍ ଗୋଟିଏ ଚୌକା ସହ ୧୮ ରନ୍ କରିଥିଲେ । ସନ୍‌ରାଇଜର୍ସ ପକ୍ଷରୁ ଜେସନ୍ ହୋଲ୍‌ଡର୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଜବାବରେ ସନ୍‌ରାଇଜର୍ସ କ୍ରମାଗତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ଓପନର ଡେଭିଡ୍ ୱାର୍ଣ୍ଣର୍ ପୁଣିଥରେ ବିଫଳ ହୋଇ ମାତ୍ର ୨ ରନ୍ କରିଥିଲେ । ଅବଶ୍ୟ ତାଙ୍କ ଓପନିଂ ଯୋଡ଼ିଦାର ଋଦ୍ଧିମାନ୍ ସାହା ଗୋଟିଏ ଚୌକା ସହ ୩୧ ରନ୍ କରିଥିଲେ । ତା’ଛଡ଼ା ଶେଷ ଭାଗରେ ହୋଲ୍ଡର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୯ ବଲ୍‌ରେ ୫ଟି ଛକା ସହ ୪୭ ରନ୍ କରି ଅପରାଜିତ ରହିଥିଲେ । କିନ୍ତୁ ଶେଷରେ ଦଳ ୧୨୦ ରନ୍‌ରେ ସୀମିତ ରହିବା ଫଳରେ ତାଙ୍କ ଉଦ୍ୟମ କେବଳ ଦଳର ପରାଜୟ ବ୍ୟବଧାନକୁ ହ୍ରାସ କରିପାରିଥିଲା । ପଞ୍ଜାବ ପକ୍ଷରୁ ସ୍ପିନର୍ ରବି ବିଷ୍ଣୋଇ ସର୍ବାଧିକ ୩ଟି ଓ ମହମ୍ମଦ ଶମୀ ୨ଟି ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking