27.1 C
Bhubaneswar
Sunday, September 15, 2024
Homeଓଡିଶାଖୋଲିଲା ଭିତର କନିକା ଜାତୀୟ ଉଦ୍ୟାନ

ଖୋଲିଲା ଭିତର କନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତର କନିକା ଜାତୀୟ ଉଦ୍ୟାନ। ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ କାରଣରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା।ପର୍ୟ୍ୟଟକମାନଙ୍କୁ ନିଆରା ଅନୁଭୂତି ଦେବାପାଇଁ ଚଳିତବର୍ଷ ଡାଙ୍ଗମାଳ ଠାରେ ୧୫ ଫୁଟ ଉଚ୍ଚରେ ବନ ବିଭାଗ କରିଛି ସ୍କାଏ ୱକ୍ଷକ୍। ଏହାର ଲମ୍ବ ୬୦୦ ମିଟର ରହିଛି। ଏହା ଉପର ଦେଇ ଯିବା ବେଳେ ପର୍ୟ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହ ଜାତିଜାତିକା ପକ୍ଷୀ, ହରିଣ ଓ ସରୀସୃପମାନଙ୍କୁ ଦେଖିବାକୁ ପାଇବେ।ଏହା ବ୍ୟତୀତ ଭିତରକନିକାରେ ପ୍ରବାହିତ ନଦୀ ମଧ୍ୟରେ ରହଣି ପାଇଁ ମଧ୍ୟ ଚଳିତବର୍ଷ ୪ଟି କାଟା ମେରାଇନ ବୋଟର ସୁବିଧା ରହିଛି। ଫଳରେ ନଦୀ ଭିତରେ ସୌଖିନ ବୋଟରେ ପଞ୍ଚତାରକା ହୋଟେଲର ମଜା ନେଇପାରିବେ ପର୍ୟ୍ୟଟକ। ଭିତରକନିକାକୁ ପ୍ରବେଶ ପାଇଁ ଦୁଇଟି ଜଳପଥ ଓ ଗୋଟିଏ ସ୍ଥଳ ପଥ ରହିଛି। ଜଳ ପଥ ପାଇଁ ବୋଟ୍ ଯୋଗେ ପର୍ୟ୍ୟଟକ ଆସିବା ପାଇଁ ସୁବିଧା ଥିବା ବେଳେ, ସ୍ଥଳପଥରେ ସିଧା ଡାଙ୍ଗମାଳ ଜାତୀୟ ଉଦ୍ୟାନ ପାଖରେ ପହଞ୍ଚିବା ପାଇଁ ସୁବିଧା ରହିଛି। ବନ ବିଭାଗ ପର୍ୟ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ପରିଚୟପତ୍ର ବାଧ୍ୟତାମୂଳକ କରିବା ସହ ପ୍ଲାଷ୍ଟିକ ଓ ପଲିଥିନକୁ ସମ୍ପୂର୍ଣ ନିଷେଧ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking