28 C
Bhubaneswar
Tuesday, June 30, 2026
Homeଓଡିଶାଆଜି ଓଡ଼ିଶା ଫେରିବ ଓଡ଼ିଆ ଡାକ୍ତରଙ୍କ ମୃତଦେହ

ଆଜି ଓଡ଼ିଶା ଫେରିବ ଓଡ଼ିଆ ଡାକ୍ତରଙ୍କ ମୃତଦେହ

ଭୁବନେଶ୍ୱର : ୱାଏନାଡ ଟ୍ରାଜେଡିରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କର ମୃତଦେହ ଆଜି ଓଡ଼ିଶା ଆସିପାରେ। ହସ୍ପିଟାଲରେ ଚିକିତ୍ସାଧୀନ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ସୁସ୍ଥ ଅଛନ୍ତି। ସେ ଆଜି ଡିସଚାର୍ଜ ହୋଇପାରନ୍ତି। କେରଳ ର ୱାଏନାଡରେ ହୋଇଥିବା ଭୂସ୍ଖଳନର ମହାପ୍ରଳୟ ଭିତରୁ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି ପତ୍ନୀ ପ୍ରିୟଦର୍ଶିନୀ। ଅନ୍ୟପଟେ ଭୂସ୍ଖଳନ ପରେ ନିଖୋଜ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଦୁଇ ଦିନ ହେବ ତାଙ୍କର କୌଣସି ଖୋଜଖବର ନାହିଁ। ତାଙ୍କ ବାନ୍ଧବୀ ସ୍ୱୀକୃତି ମହାପାତ୍ର ୱାଏନାଡରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ଡାକ୍ତର ସ୍ଵାଧୀନ ପଣ୍ଡା ଓ  ସ୍ୱୀକୃତି ମହାପାତ୍ର ଗତ ୨୬ ତାରିଖରେ ବାଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ। ସେମାନେ ସେଠାରୁ କେରଳ ଯାଇ ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking