29.1 C
Bhubaneswar
Monday, May 6, 2024
Homeଓଡିଶା୧୦୧ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

୧୦୧ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଆଜି ସକାଳେ ଚିହ୍ନଟ ହୋଇଥିବା ରାଜ୍ୟରେ ସର୍ବାଧିକ ୧୦୧ଜଣଙ୍କ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ବାଲେଶ୍ୱରରୁ ୩୩ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ସୁରଟ୍ ଫେରନ୍ତା, ୩ପଶ୍ଚିମବଙ୍ଗ,୨ ବାଙ୍ଗାଲୁରରୁ ଫେରିଛନ୍ତି, ଜଣେ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଚିହ୍ନଟ ଓ ୩ଜଣ ସେହି ଅଂଚଳରେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ।  ସୁନ୍ଦରଗଡ଼ରୁ ଚିହ୍ନଟ ୭ପଜିଟିଭ୍ ରାଉରକେଲା କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମରୁ ୫୨,କେନ୍ଦୁଝରରୁ ୨ ଓ ଯାଜପୁରରୁ ୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ଚିହ୍ନଟ ହୋଇଥିବା ୭ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ୫ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ୨ଜଣ ମହାରାଷ୍ଟ୍ର ଫେରନ୍ତା । ଗଞ୍ଜାମରୁ ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ଓ ସମସ୍ତ ସୁରଟ୍ ଫେରନ୍ତା । ସୂଚନା ଯୋଗ୍ୟ ୯୦ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୮ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ।
ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୧୧୬ଜଣ ସୁସ୍ଥ ହୋଇଛନ୍ତି । ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୪୧୯ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking