29.1 C
Bhubaneswar
Monday, May 6, 2024
Homebuisnessଆସିଲା ଭାରତର ସ୍ୱଦେଶୀ ଅପରେଟିଙ୍ଗ ସିଷ୍ଟମ; ଡିଜିଟାଲ କ୍ଷେତ୍ରରେ ବଢିଲା ଆଉ ଏକ ପାଦ

ଆସିଲା ଭାରତର ସ୍ୱଦେଶୀ ଅପରେଟିଙ୍ଗ ସିଷ୍ଟମ; ଡିଜିଟାଲ କ୍ଷେତ୍ରରେ ବଢିଲା ଆଉ ଏକ ପାଦ

ନୂଆଦିଲ୍ଲୀ:  ମୋବାଇଲରେ ଚାଲିବ ସ୍ୱଦେଶୀ ଅପରେଟିଂ ସିଷ୍ଟମ୍ । ଆଣ୍ଡ୍ରୋଏଡ୍, IOS ଭଳି ମୋବାଇଲ୍ ପାଇଁ ଆଉ ଏକ ଅପରେଟିଂ ସିଷ୍ଟମ୍ । ଆଇଆଇଟି ମାଡ୍ରାସ୍ ଦ୍ୱାରା ବିକଶିତ ହୋଇଛି BharOS , ଯାହା ସଂପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ । କେବଳ ମୋବାଇଲ୍ ନୁହେଁ କମ୍ପୁଟରରେ ବି ଏହା କାମ କରିପାରିବ । ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଳିତ ଭାବେ ଏନେଇ ଆଇଆଇଟି ମାଡ୍ରାସରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଏବେ ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି । ବିଶ୍ୱରେ ଥିବା କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ହେଲେ ଏହାକୁ ଅଧିକ ଉନ୍ନତମାନର ପ୍ରସ୍ତୁତ କରିବାକୁ ହେବ ବୋଲି ବୈଷ୍ଣବ କହିଛନ୍ତି । ଏହାସହ BharOS ସହ ଆଉ ଏକ A ଯୋଡ଼ିବାକୁ ପରାମର୍ଶ ଦେଇଛନ୍ତି । ଯାହାଦ୍ୱାରା ଏହାଲୋକଙ୍କ ପାଖରେ BHAROSA ଭାବେ ପରିଚିତ ହେବ ବୋଲି ସେ ଦୋହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking