29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗମହାକାଶକୁ ପଠାଗଲା ସାମୋସା

ମହାକାଶକୁ ପଠାଗଲା ସାମୋସା

ନୂଆଦିଲ୍ଲୀ: ଅସମ୍ଭବ କିନ୍ତୁ ଅନନ୍ୟ ସ୍ପେସ ମିଶନରେ ବ୍ରିଟେନର ବାଥରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟ ସଫଳତାର ସହିତ ଗୋଟିଏ ସାମୋସା ଓ ଏକ ରାପକୁ ଫ୍ରାନ୍ସରେ ଲାଣ୍ଡ କରିବା ପୂର୍ବରୁ ମହାକାଶକୁ ପଠାଇଛନ୍ତି । ଭାରତୀୟ ଭୋଜନକାରୀ ଚାଏ ୱାଲା, ଯାହା ଉକ୍ତ ଅଂଚଳର ସର୍ବୋତ୍ତମ ମାନ୍ୟତା ପ୍ରାପ୍ତ ରେଷ୍ଟୁରାଣ୍ଟ ଭାବରେ ଜଣାଶୁଣା, ୩ ଥର ପ୍ରୟାସ ପରେ ମିଶନରେ ସଫଳତା ଲାଭ କରିଛନ୍ତି । ସେହି ରେଷ୍ଟୁରାଣ୍ଟ ମାଲିକ ନିରଜ ଗଧେରଏହାକୁ ନିଜେ ଲଂଚ୍ କରିଥିଲେ । ମହାକାଶକୁ ସମସ୍ତଙ୍କ ପ୍ରିୟ ସାମୋସା ପଠାଇବାକୁ ସେ ହିଲିୟମ ବେଲୁନ ବ୍ୟବହାର କରିଥିଲେ । ପ୍ରଥମ ପ୍ରୟାସରେ ତାଙ୍କ ହାତରୁ ବେଲୁନଟି ଖସିଯାଇଥିବା ବେଳେ ଦ୍ୱିତୀୟ ଥର ବେଲୁନ ପାଇଁ ପର୍ଯ୍ୟାପ୍ତ ହିଲିୟମ ନଥିଲା । ମାତ୍ର ତୃତୀୟ ଥର ସେ ସଫଳତା ପାଇଥିବା କହିଛନ୍ତି ଗଧେର । ସେ ଦେଇଥିବା ସୂଚନା ଅନୁଯାୟୀ, ମହାକାଶକୁ ଯେତେବେଳେ ସାମୋସା ପଠାଇବାକୁ ଚିନ୍ତା କଲେ, ସେତେବେଳେ ସେ ଖୁସି ବିତରଣ କରିବାକୁ ଚାହୁଁଥିଲେ । ସେ କହିଥିଲେ, ‘ମୁଁ ଥଟାରେ କହିଥିଲି ଯେ, ମୁଁ ମହାକାଶକୁ ଗୋଟିଏ ସାମୋସା ପଠାଇବି । ତା ପରେ ମୁଁ ଭାବିଲି ଏମିତି ଦୁଃଖଦ ସମୟରେ ଏହା ଆମେ ସମସ୍ତେ ହସିବାର ଏକ କାରଣ ହୋଇପାରେ’ ।
ଆଉ ପରେ ସେ ଏହାକୁ ନେଇ ଅନେକ ଆନନ୍ଦ ପାଇଥିବା କହିଛନ୍ତି । କାରଣ ଏହା ଅନେକ ଲୋକଙ୍କ ମନ ଜିଣିଛି ଏବଂ ଆନନ୍ଦ ବିସ୍ତାର କରିବାକୁ ଆମେ ଚାହୁଁଛୁ ବୋଲି ସେ କହିଛନ୍ତି । ଗଧେର ଏହି ମିଶନର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ସାଙ୍ଗମାନଙ୍କ ସହିତ ସାମୋସାକୁ ଦୁଇଟି ହିଲିୟମ ବେଲୁନ ସହିତ ସଂଲଗ୍ନ କରିବା ପରେ ମହାକାଶକୁ ଲଂଚ କରୁଥିବା ଦେଖିବାକୁ ମିଳିଛି । ଯାହା ଗୋପ୍ରୋ କ୍ୟାମେରା ଏବଂ ଜିପିଏସ ଟ୍ରାକର ସହ ସଂଲଗ୍ନ । ଯଦିଏ ଗଧେର ଖାଦା ସାମଗ୍ରୀର ସଂପୂର୍ଣ୍ଣ ଯାତ୍ରାକୁ ଟ୍ରାକ କରିବାକୁ ଚାହୁଁଥିଲେ, ମାତ୍ର ଜିପିଏସ ପ୍ରାରମ୍ଭରେ ତ୍ରୁଟିପୂର୍ଣ୍ଣ ଥିଲା । ହୁଏତ ଯେତେବେଳେ ଏହା ମହାକାଶକୁ ଗଲା, ପରଦିନ ଏହା କାମ କରିବା ଆରମ୍ଭ କଲା । ଫଳରେ ଯାହାଦ୍ୱାରା ଜଣାପଡିଲା ଯେ, ସେହି ସାମୋସା ପ୍ୟାକେଟ ଫ୍ରାନ୍ସରେ ଅବତରଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking