28.1 C
Bhubaneswar
Friday, April 26, 2024
Homeଖେଳକୋହଲି ଓ ରାହୁଲଙ୍କ ଅର୍ଦ୍ଧଶତକ : ପ୍ରଥମ ଟି - ୨୦ରେ ଭାରତ ବିଜୟୀ

କୋହଲି ଓ ରାହୁଲଙ୍କ ଅର୍ଦ୍ଧଶତକ : ପ୍ରଥମ ଟି – ୨୦ରେ ଭାରତ ବିଜୟୀ

ହାଇଦରାବାଦ୍ : ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଏଠାରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ୬ ୱିକେଟ୍‌ରେ ବିଜୟୀ ହୋଇଛି। ବିଜୟ ପାଇଁ ଭାରତୀୟ ଦଳ ୨୦୮ରନ୍ ଆବଶ୍ୟକ କରୁଥିବା ବେଳେ ଦଳ୧୮.୪ ଓଭରରେ ୪ ୱିକେଟ୍ ହରାଇ ୨୦୯ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଅଧିନାୟକ ବିରାଟ କୋହଲି ଅପରାଜିତ ଅର୍ଦ୍ଧଶତକ ଓ କେଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଭାରତ ତରଫରୁ ରୋହିତ ଶର୍ମା ଓ କେଏଲ୍ ରାହୁଲ ବ୍ୟାଟିଂ ଓପନ୍ କରିଥିଲେ। ତେବେ ରୋହିତ ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରିନଥିଲେ। ଦଳର ସ୍କୋର ୩୦ ରନ୍ ହୋଇଥିବା ବେଳେ ରୋହିତ ୧ଟି ଚୌକା ସହାୟତାରେ ୮ ରନ୍ କରି ପେରିଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହାପରେ କେଏଲ୍ ରାହୁଲ ଓ ଅଧିନାୟକ ବିରାଟ କୋହଲି ନିଜ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ବ୍ୟାଟିଂ କରିଥିଲେ। ଉଭୟ ଦ୍ବିତୀୟ ୱିକେଟ୍ ନିମନ୍ତେ ୧୦୦ ରନ୍ ସଂଗ୍ରହ କରିଥିଲେ। ଦଳର ସ୍କୋର ୧୩୦ ରନ୍ ହୋଇଥିବା ବେଳେ ରାହୁଲ ବ୍ୟକ୍ତିଗତ ଭାବେ ୪୦ଟି ବଲ୍‌ରୁ ୫ଟି ଚୌକା ଓ ୪ଟି ଛକା ସହାୟତାରେ ୬୨ ରନ୍ କରି ପେରିଙ୍କ ଶିକାର ହୋଇଥିଲେ। ରାହୁଲ ଆଉଟ୍ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ପନ୍ତ୍ ୯ଟି ବଲ୍‌ରୁ ୨ଟି ଛକା ସହାୟତାରେ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଶ୍ରେୟାସ ଆୟର ମାତ୍ର ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ୫୦ଟି ବଲ୍‌ରୁ ୬ଟି ଚୌକା ଓ ୬ଟି ଛକା ସହାୟତାରେ ୯୪ ଓ ଶିବମ୍ ଦୁବେ କୌଣସି ରନ୍ ନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking