35.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଦେଶରେ ୨୪ ଘଣ୍ଟାରେ ୩୫ ହଜାର ୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୭ ମୃତ

ଦେଶରେ ୨୪ ଘଣ୍ଟାରେ ୩୫ ହଜାର ୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪୭ ମୃତ

ନୂଆଦିଲ୍ଲୀ: ଦେଶରେ ପ୍ରାଣ ନେଉଥିବା ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୪୯୯ ନୂଆ ମାମଲା ସାମ୍ନାକୁ ଆସିଛି । ସେହିଭଳି ୪୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ଏବେ ସକ୍ରିୟ ସଂଖ୍ୟା ୪ ଲକ୍ଷ ଦୁଇ ହଜାର ୧୮୮ ରହିଛି । ତେବେ ଦେଶର ରିକୋଭରି ରେଟ ବୃଦ୍ଧି ପାଇ ୯୭.୪୦ ପ୍ରତିଶତ ରହିଛି ।
କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରାଳୟର ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦେଶରେ ଲୋକଙ୍କୁ କରୋନା ଭ୍ୟାକ୍ସିନର ୫୦ କୋଟି ୬୮ ଲକ୍ଷ ୧୦ ହଜାର ୪୯୨ ଟିକା ଦିଆସରିଛି ଏବଂ ଏମାନଙ୍କ ମଧ୍ୟରୁ ୫୫ ଲକ୍ଷ ୯୧ ହଜାର ୬୫୭ ଡୋଜ ଗୋଟିଏ ଦିନରେ ଦିଆଯାଇଛି ।
ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ କହିଛି ଯେ, ଭାରତରେ ଗତକାଲି କରୋନା ଭାଇରସ ପାଇଁ ୧୩ ଲକ୍ଷ ୭୧ ହଜାର ୮୭୧ ସାମ୍ପଲ ଟେଷ୍ଟ କରାଯାଇଛି । ଯାହା ପରେ ମୋଟ ୪୮ କୋଟି ୧୭ ଲକ୍ଷ ୬୭ ହଜାର ୨୩୨ ସାମ୍ପଲ ଟେଷ୍ଟ କରାସରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking